Below header

ମାଟ୍ରିକ ଫେଲ୍‌ ହେଲା ପରେ ବି ବନିଲେ ଡାକ୍ତର,ଜାଣନ୍ତୁ କେମିତି

କଟକ (କେନ୍ୟୁଜ) : ମାଟ୍ରିକ ଫେଲରୁ ଡାକ୍ତର। ହଁ ମାଟ୍ରିକ ଫେଲ ପରେ ବି ହୋଇପାରିଲେ ଡାକ୍ତର। ଏହାର କାରଣ କଣ ଜାଣିଛନ୍ତି ଦୃଢ଼ ମନୋବଳ ଆଉ ଦୃଢ଼ ଇଚ୍ଛାଶକ୍ତି। ଆମେ ଆଜି ଏମିତି ଜଣେ ବ୍ୟକ୍ତିତ୍ୱଙ୍କୁ ପରିଚିତ କରାଇବୁ ଯିଏ ମାଟ୍ରିକ ଫେଲ୍‌ ହେଲା ପରେ ବି ଡାକ୍ତର ବନିପାରିଛନ୍ତି।

ଆମେ କହୁଛୁ କଟକ ଏସସିବି ମେଡ଼ିକାଲର ଆସିଷ୍ଟାଣ୍ଟ ପ୍ରୋଫେସର ଭାବେ କାମ କରୁଥିବା ଡାକ୍ତର ଜ୍ୟୋତି ରଞ୍ଜନ ନାୟକଙ୍କ କଥା। ତାଙ୍କର ସଫଳତାର କାହାଣୀ ବିଷୟରେ ଜାଣିଲେ ଆପଣ ଜାଣିପାରିବେ ଯେ ବିଫଳତା ପରେ ସଫଳତା ନିଶ୍ଚୟ ଆସେ।୧୯୯୦ ରେ ମାଟ୍ରିକ ଫେଲ୍ ପରେ ଵି ପୁଣି ଥରେ ପରୀକ୍ଷା ଦେଇ ଫାଷ୍ଟ କ୍ଲାସ ପାଇବା ସହ ଯୁକ୍ତ ୨ ରେ ଵି ଫାଷ୍ଟ କ୍ଲାସ ତା ୧୯୯୫ ରେ ଡାକ୍ତରୀ ପାଠପଢ଼ା ଆରମ୍ଭ କରିବା କିଛି ଏହିଭଳି ରହିଥିଲା ଡାକ୍ତର ଜ୍ୟୋତିରଞ୍ଜନଙ୍କ କ୍ୟାରିୟର।

ଡାକ୍ତର ଜ୍ୟୋତିରଞ୍ଜନ କହନ୍ତି ଡାକ୍ତରୀ ପ୍ରଫେସନ ଏଥିପାଇଁ ବାଛିଲେ କାରଣ ଡାକ୍ତର ପାଖକୁ ରୋଗୀ କାନ୍ଦି କାନ୍ଦି ଆସେ ଗଲା ବେଳେ ଭଲ ହେଇ ହସି ହସି ଯାଏ। ଏହା ତାଙ୍କୁ ଆତ୍ମସନ୍ତୋଷ ଦିଏ ବୋଲି କହିଛନ୍ତି ଜ୍ୟୋତି ରଞ୍ଜନ। ତେବେ ଯେଉଁମାନେ ରେଜଲ୍ଟକୁ ନେଇ କିଛି ଗମ୍ଭୀର ପଦକ୍ଷେପ ନେଉଛନ୍ତି କିମ୍ବା ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଉଛନ୍ତି ସେମାନଙ୍କ ପାଇଁ ଡାକ୍ତର ଜ୍ୟୋତି ରଞ୍ଜନ ଆମ କ୍ୟାମେରା ସାମ୍ନାରେ କଣ କହିଛନ୍ତି ଶୁଣନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.