ଗଜପତି(କେନ୍ଯୁଜ୍): ପାରାଳାଖେମୁଣ୍ଡି ଏସିଏଫ ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣାରେ ଅଧିକ ଖୋଳତାଡ କରୁଛି ପୋଲିସ । ମାମଲାର ଗମ୍ଭୀରତା ଓ ଗୁରୁତ୍ୱକୁ ଦୃଷ୍ଟିରେ ରଖି ଖୋଳତାଡ ଜାରି ରଖିଛି ଗଜପତି ପୋଲିସ । ସହାୟତା କରୁଛି କ୍ରାଇମବ୍ରାଞ୍ଚ ଟିମ୍ । ଏହି ମାମଲାରେ ଗଜପତି ଡିଏଫଓ ସଂଗ୍ରାମ କେଶରୀ ବେହେରାଙ୍କୁ ବି ଜେରା କରିବ ପୋଲିସ । ଆମ୍ବୁଲାନ୍ସ ଅଟକାଇଥିବା ଅଭିଯୋଗରେ ଗୁରାଣ୍ଡି ଥାନା ଓଆଇସି ମମତା ପଣ୍ଡା ମଧ୍ୟ ତଦନ୍ତ ପରିସରଭୁକ୍ତ ହେବେ ।
ସେ କାହିଁକି ଓ କେଉଁ ପରିସ୍ଥିତିରେ ସେଠାକୁ ଗଲେ ସେ ସମ୍ପର୍କରେ ତାଙ୍କୁ ପଚରାଉଚରା କରାଯିବ । ପ୍ରତ୍ୟକ୍ଷ ଓ ପରୋକ୍ଷରେ ଜଡ଼ିତ ସମସ୍ତଙ୍କୁ ପଚରାଉଚରା ଚାଲିଛି । ପୋଷ୍ଟ ମର୍ଟମ ରିପୋର୍ଟକୁ ଅପେକ୍ଷା କରାଯାଇଛି । ସୌମ୍ୟଙ୍କ ବାସଭବନରୁ ଜବତ କରାଯାଇଥିବା ଡାଏରୀ ଓ ହାତଲେଖା ଖାତା ଗୁଡିକୁ ବିଶେଷଜ୍ଞଙ୍କ ନିକଟକୁ ପଠାଯିବ । ସବୁ ଦିଗକୁ ନେଇ ଜେରା କରାଯାଉଛି । ସୌମ୍ୟଙ୍କ ପରିବାର ଓ ବିଦ୍ୟାଭାରତୀଙ୍କ ବୟାନ ରେକର୍ଡ କରି ଫେରିଛି ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ । ବିଦ୍ୟାଭାରତୀଙ୍କଠାରୁ ଜବତ ମୋବାଇଲ୍ ଫୋନକୁ ଫୋରେନସିକ୍ ଯାଞ୍ଚ ପାଇଁ ପଠାଯାଇଛି ।