ଯୋଗୀଙ୍କ ବଡ ଘୋଷଣା; ରାଜ୍ୟରେ ମିଳିବ ମାଗଣା WiFi

ଲକ୍ଷ୍ନୌ: ଆଗକୁ ଆସୁଛି ୟୁପି ବିଧାନସଭା ନିର୍ବାଚନ । ଏନେଇ ଲୋକଙ୍କୁ ଉତ୍ତମ ଜୀବନ ଶୈଳୀ ମିଳିବା ନେଇ ପ୍ରତିଶ୍ରୃତି ଦେଉଛନ୍ତି ଯୋଗୀ ସରକାର । ଆଉ ଏହାରି ମଧ୍ୟରେ ମାଗଣା ଓ୍ବାଇଫାଇ ସୁବିଧା ଯୋଗାଇ ଦେବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ରାଜ୍ୟର ୨୧୭ ସ୍ଥାନ ସହ ୧୭ ମ୍ୟୁନସିପାଲଟିରେ ମାଗଣା ଓ୍ବାଇଫାଇ ସେବା ମିଳିବ । ଯାହା ଲୋକଙ୍କ ଜୀବନ ଶୈଳୀକୁ ଅଧିକ ଉନ୍ନତ କରିବ ।

ଲକ୍ଷ୍ନୌ, କାନପୁର, ଆଗ୍ରା, ଆଲିଗଡ, ବାରାଣାସୀ, ପ୍ରୟାଗରାଜ, ଝାନ୍ସି, ବରେଲି, ସାହାରନପୁର, ମୋରଦାବାଦ, ଗୋରଖପୁର, ଅଯୋଧ୍ୟା, ମେରଟ, ଶାହାଜାହାନପୁର, ଗାଜିଆବାଦ, ମଥୁରା-ବୃନ୍ଦାବନରେ ମାଗଣା ୱାଇଫାଇ ସେବା ଯୋଗାଇବେ ସରକାର। ଫିରୋଜାବାହ ୨୦୦ ମ୍ୟୁନିସିପାଲିଟି ପରିଷଦରେ ମଧ୍ୟ ଏ ସେବା ଉପଲବ୍ଧ ହେବ । ବିଶେଷକରି ବସଷ୍ଟାଣ୍ଡ, ରେଳଷ୍ଟେସନ, ତହସିଲ, କୋର୍ଟ, ବ୍ଲକ ଏବଂ ରେଜିଷ୍ଟ୍ରାର କାର୍ଯ୍ୟାଳୟ ପରିସରରେ ଏହି ସୁବିଧା ଯୋଗାଇ ଦିଆଯିବ।

ଏହାବ୍ୟତୀତ ଆମେଥୀରେ ଜିଲ୍ଲା ଡାକ୍ତରଖାନା ପାଇଁ ଅର୍ଥ କମିଟି ଦେଇଥିବା ବଜେଟର ଅନୁମୋଦନ ୟୁପି କ୍ୟାବିନେଟ ବୈଠକରେ ପାରିତ ହୋଇଛି । ରାଜ୍ୟର ୬ମାସ ମଧ୍ୟରେ ୫୮,୧୮୯ ଗ୍ରାମ ପଞ୍ଚାୟତରେ ନୂତନ ପଞ୍ଚାୟତ ଘର ନିର୍ମାଣ ଏବଂ ପୁରୁଣା ପଞ୍ଚାୟତ ଘର ମରାମତି ପାଇଁ ପ୍ରସ୍ତାବ ଅନୁମୋଦନ ହୋଇଛି । ଗ୍ରାମ ପଞ୍ଚାୟତରେ ଜଣେ ପଞ୍ଚାୟତ ସହାୟକ ଏବଂ କମ୍ପ୍ୟୁଟର ଅପରେଟର ଭାବେ ନିଯୁକ୍ତି କରାଯିବ। ଏହା ୧.୨୫ ଲକ୍ଷ ଲୋକଙ୍କୁ ରୋଜଗାର ଦେବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.