ନୂଆଦିଲ୍ଲୀ : ଅର୍ଥନୈତିକ ସେବା ପ୍ରଦାନ କରୁଥିବା ପେଟିଏମ୍ ଦେଶରେ ଏହାର ଉପସ୍ଥିତିକୁ ଅଧିକ ସୁଦୃଢ କରିବାକୁ ଯାଉଛି । ୧୬ହଜାର ୬୦୦ କୋଟିର ଆଇପିଓ ଲଞ୍ଚ କରିବାକୁ ଯାଉଥିବା ପେଟିଏମ୍ ନିକଟରେ ଏହାର ଫିଲ୍ଡ ସେଲ୍ସ ଏକଜ୍ୟୁକ୍ୟୁଟିଭ୍ (ଏଫ୍ଏସ୍ଇ) ସେବା ଲଞ୍ଚ କରିଛି । ଏଫ୍ଏସଇ ପ୍ରୋଗ୍ରାମ ଅନୁଯାୟୀ କମ୍ପାନୀ ପକ୍ଷରୁ ୨୦ ହଜାର ନୂତନ ନିଯୁକ୍ତି ସୁଯୋଗ ପ୍ରଦାନ କରୁଛି । ନବ ନିଯୁକ୍ତ ଏହି ୨୦ ହଜାର ଏକଜ୍ୟୁକ୍ୟୁଟିଭ ପେଟିଏମ ମର୍ଚ୍ଚାଣ୍ଟ ମାନଙ୍କୁ ପେଟିଏମ୍ ସମ୍ପର୍କରେ ସବିଶେଷ ତଥ୍ୟ ପ୍ରଦାନ କରିବେ । ଏହା ସହିତ କମ୍ପାନୀର ବିଭିନ୍ନ ଡିଜିଟାଲ ଉତ୍ପାଦର ପ୍ରମୋଶନ ମଧ୍ୟ କରିବାରେ ମଧ୍ୟ ସହାୟକ ହେବେ ବୋଲି କୁହାଯାଇଛି ।
ଦରମା: ଏହି ନୂତନ ନିଯୁକ୍ତିରେ ୩୫ ହଜାର ଟଙ୍କାର ବେତନ ପ୍ରଦାନ କରିବ କମ୍ପାନୀ । ଏହା ସହିତ ଅନ୍ୟାନ୍ୟ ଆନୁଷଙ୍ଗିକ ସୁବିଧା ଏବଂ
କମିଶନ ମଧ୍ୟ ମିଳିବ ।
କଣ ରହିବ କାମ: ଏଫଏସଇରେ ଯୋଗ ଦେଇଥିବା ଏହି କର୍ମୀ ମାନେ ପେଟିଏମର ସମସ୍ତ ଡିଜିଟାଲ ଉତ୍ପାଦର ପ୍ରମୋଶନ କରିବେ । ପେଟିଏମ୍ ଅଲ୍ ଇନ ୱାନ କ୍ୟୁଆର କୋଡ, ପେଟିଏମ୍ ସାଉଣ୍ଡବକ୍ସ, ୱାଲେଟ, ପୋଷ୍ଟପେଡ, ମର୍ଚ୍ଚାଣ୍ଟ ଋଣ ଓ ଜୀବନବୀମା ପ୍ରଭୃତି ବିଷୟରେ ଏହି କର୍ମଚାରୀ ମାନେ ସହାୟତା କରିବେ ।