ଅଗଷ୍ଟ ୧୫ ପାଇଁ ପୁରୀ, ଭୁବନେଶ୍ୱର ଓ କଟକରେ କୋହଳ ହେଲା ସଟଡାଉନ କଟକଣା, ଜାଣନ୍ତୁ କ’ଣ ହଟିଲା

କେନ୍ୟୁଜ୍(ବ୍ୟୁରୋ):  ସ୍ୱାଧୀନତା ଦିବସ ଅଗଷ୍ଟ ୧୫ ପାଇଁ କୋହଳ ହେଲା କଟକଣା। ପୁରୀ, ଭୁବନେଶ୍ୱର ଓ କଟକରେ ସର୍ଟଡାଉନ କଟକଣା କୁ ପୂର୍ବାହ୍ନ ୧୧ ଟା ପର୍ଯ୍ୟନ୍ତ କୋହଳ କରାଗଲା। ନିଜ ନିଜ ସ୍ଥାନରେ ଜାତୀୟ ପତାକା ଉତ୍ତୋଳନ କରି ପାରିବେ ଲୋକେ। ଗୋଟିଏ ସ୍ଥାନରେ ୧୦ ଜଣରୁ ଅଧିକ ସମାଗମ ହୋଇ ପାରିବେ ନାହିଁ।

ଏହି ତିନୋଟି ସହରକୁ ବାଦ ଦେଇ ରାଜ୍ୟ ଅନ୍ୟାନ୍ୟ ସ୍ଥାନରେ ଏହି ସଂଖ୍ୟା ୨୦ ଜଣରେ ସୀମିତ ରହିବ। ସମସ୍ତେ କୋଭିଡ କଟକଣା ପାଳନ କରି ପତାକା ଉତ୍ତୋଳନ କରାଯିବ। ସରକାରୀ କାର୍ଯ୍ୟାଳୟ ଗୁଡିକ ପାଇଁ ମଧ୍ୟ ସମାନ ନିୟମ।

Leave A Reply

Your email address will not be published.