କେନ୍ଦୁଝର: ପୁଣି ଅନ୍ଧବିଶ୍ବାସର ଅନ୍ଧାରୀ ଗଳିରେ ମଣିଷ, ପେଟରୋଗ ଭଲ ନହେବାରୁ ୧୦୦ ଚେଙ୍କ ନେଇ ଅସୁସ୍ଥ ହେଲେ ରୋଗୀ

କେନ୍ଦୁଝର(କେନ୍ୟୁଜ୍):  ଏବେବି ଲୋକ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ରୋଗ ହେଲେ ଡାକ୍ତରଖାନ ଯିବା ବଦଳରେ ଚେଙ୍କ ନେଇ ଭଲ ହେବାକୁ ଚେଷ୍ଟା କରୁଛନ୍ତି । ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ଅନ୍ତର୍ଗତ କୁମୁଣ୍ଡି ପଞ୍ଚାୟତର ଉରୁମୁଣ୍ଡା ଗାଁରେ । ଏହି ଉରୁମୁଣ୍ଡା ଗାଁରେ ରହନ୍ତି ୪୦ ବର୍ଷୀୟ ଭଗବାନ ପେଣ୍ଠେଇ ତାଙ୍କ ପତ୍ନୀ ଓ ୩ ପୁଅ ଝିଅ।

ଭଗବାନ  OMC ଖଣିରେ କାମ କରି ପରିବାର ପତିପୋଷଣ କରନ୍ତି । ହେଲେ ସେ କିଛିଦିନ ତଳେ ପେଟବଥାର ଶିକାର ହେବାପରେ ସେ ନିଜ ପେଟରୋଗ ଠାରୁ ଉପଶମ ପାଇଁ ଛାତି ଓ ପେଟରେ ୧୦୦ ରୁ ଉର୍ଦ୍ଧ ଚେଙ୍କ ନେଇଛନ୍ତି । କିନ୍ତୁ ଭିତରେ ପେଟରେ ବଥା ସାଙ୍ଗକୁ  ବାହାରେ ଚେଙ୍କର ବ୍ୟଥା କଷ୍ଟକୁ ୨ ଗୁଣିତ କରିପକାଇଛି । ଏଭଳିସ୍ଥିତିରେ ସେ କିପରି ଉପଯୁକ୍ତ ଚିକିତ୍ସା ପାଇବେ ସେହି ଅପେକ୍ଷାରେ ।

Leave A Reply

Your email address will not be published.