ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ, ଗିରଫ ତିନି ଅଭିଯୁକ୍ତଙ୍କ ମଧ୍ୟରୁ ଦୁଇ ଜଣ ନାବାଳକ

କେନ୍ଦୁଝର (କେନ୍ୟୁଜ୍‌) : କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା ଅନ୍ତର୍ଗତ ଝୁପୁଡି ହାଟିଙ୍ଗରେ ଜଣେ ୧୯ ବର୍ଷୀୟ ଯୁବତୀଙ୍କୁ ଗଣ ଦୁଷ୍କର୍ମ ଅଭିଯୋଗ ହୋଇଥିଲା । ଏହି ଘଟଣାରେ ଜଣେ ୨୧ ଯୁବକକୁ ବଡ଼ବିଲ ପୋଲିସ୍‌ ଗିରଫ କରିଛି । ଅଭିଯୁକ୍ତର ଘର ଇନ୍ଦିରା କଲୋନୀର ବୋଲି ଜଣା ପଡିଛି । ତାଙ୍କ ନାଁ ମହେଶ ଲୋହାର । ଅନ୍ୟ ଦୁଇ ଜଣ ନାବାଳଙ୍କୁ ପୋଲିସ ଜୁଭେନାଇଲ କୋର୍ଟକୁ ପଠାଇ ଦେଇଛନ୍ତି ।

ଘଟଣା ଗତ ୫ ତାରିଖରେ ଘଟିଥିଲା । ଘଟଣା ଦିନ ଯୁବତୀ ଜଣକ ଝୁପୁଡି ହାଟିଙ୍ଗ ଘରକୁ ଫେରୁଥିଲା ସମୟରେ ପୂର୍ବରୁ ଜଗିଥିବା ଅଭିଯୁକ୍ତମାନେ ତାଙ୍କୁ ଉଠାଇ ନେଇଥିଲେ । ଏ ନେଇ ସେ ବଡ଼ବିଲ ଥାନାରେ ଗତକାଲି ଏତଲା ଦେବା ପରେ ବଡ଼ବିଲ ପୋଲିସ ମାମଲା ରୁଜୁ କରିଥିଲା । ପୋଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରିବା ପରେ କୋର୍ଟରେ ହାଜର କରିଥିଲା ।

 

Leave A Reply

Your email address will not be published.