ଯୁବ ନେତାଙ୍କୁ ଗୋଡ଼ାଇ ଗୋଡ଼ାଇ ଗୁଳି କଲେ ଦୁର୍ବୃତ୍ତ, ଭିଡିଓ ସିସି ଟିଭିରେ କଏଦ

ଯେଉଁଠି ନେତା ସୁରକ୍ଷିତ ନାହାଁନ୍ତି ସେଠି ସାଧାରଣ ଜନତା ବା କେମିତି ସୁରକ୍ଷିତ ରହିବ ? ଭାରତରେ ଦିନକୁ ଦିନ ଅପରାଧ ବୃଦ୍ଧି ପାଉଛି ଦିନ ଦ୍ୱିପ୍ରହରେ ନେତାଙ୍କୁ ଗୋଡ଼ାଇ ଗୋଡ଼ାଇ ଗୁଳି କରି ହତ୍ୟା କରାଯାଉଛି। ଏଭଳି ଘଟଣା ଘଟିଛି ପଞ୍ଜାବ ମୋହାଲିର ମାଟାଉର ମାର୍କେଟରେ।

ଗତକାଲି ସକାଳ ୧୦.୩୦ରେ ଅକାଳୀ ଦଳର ଜଣେ ଯୁବ ନେତାଙ୍କୁ ଗୋଡ଼ାଇ ଗୋଡ଼ାଇ ଗୁଳି କରିଛନ୍ତି କିଛି ଦୁର୍ବୃତ୍ତ। ଅକାଳୀ ଦଳର ଯୁବ ନେତା ବିକ୍ରମଜିତ ସିଂ ଓରଫ ବିକ୍କି ମିଦ୍ଦୁଖେରାଙ୍କୁ ଗୁଳିମାରିଛନ୍ତି ଆକ୍ରମଣକାରୀ। ଦୁର୍ବୃତ୍ତମାନେ ବିକ୍କିଙ୍କୁ ମାରିବା ପାଇଁ ୧୫ ରାଉଣ୍ଡ ଗୁଳି କରିଥିବା ଜଣାପଡ଼ିଛି। ମାଟାଉର ମାର୍କେଟରୁ ପୋଲିସ ୧୦ଟି ଗୁଳିର ସେଲ୍ ମଧ୍ୟ ପାଇଛି। ଆଉ ଏହି ଭୟଙ୍କର ଦୃଶ୍ୟ କଏଦ ହୋଇଛି ସିସିଟିଭିରେ।

ସୂଚନା ଅନୁସାରେ, ମାର୍କେଟରେ ଥିବା ଜଣେ ଜମି କନସଲଟାଣ୍ଟକୁ ଭେଟିବାକୁ ନିଜ ଏସୟୁଭି ଗାଡ଼ିରେ ଆସିଥିଲେ ବିକ୍କି। କଥା ବର୍ତ୍ତା ସାରି ବିକ୍କି ନିଜ ଗାଡ଼ିରେ ବସିବାକୁ ଯାଉଥିବା ବେଳେ ହଠାତ୍‌ ଦୁଇ ଜଣ ଯୁବକ ତାଙ୍କୁ ଗୁଳି ମାଡ଼ କରିଥିଲେ। ଏଥିରୁ ବର୍ତ୍ତିବା ପାଇଁ ବିକ୍କି ଦୌଡ଼ିଥିଲେ ବି ଦୁର୍ବୃତ୍ତମାନେ ତାଙ୍କୁ ପିଛା କରି ଗୋଟିଏ ପରେ ଗୋଟିଏ ଗୁଳି ମାଡ଼ କରିଥିଲେ। ଗୁଳିମାଡ଼ ଯୋଗୁ ଶେଷରେ ବିକ୍କି ତଳେ ପଡ଼ି ଯାଇଥିଲେ। ଏହା ପରେ ବି ଦୁର୍ବୃତ୍ତମାନେ ତାଙ୍କୁ ଗୁଳି କରି ସେଠାରୁ ଫେରାର୍ ହୋଇଯାଇଥିଲେ।

ପୋଲିସ ଘଟଣାସ୍ଥଳରେ ପହଞ୍ଚି ପିସିଆର ଭ୍ୟାନରେ ତାଙ୍କୁ ହସ୍ପିଟାଲ ନେଇଥିଲେ ବି ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି। ଏହି ଘଟଣାରେ ୪ ଜଣ ସମ୍ପୃକ୍ତ ଥିବା ପୋଲିସ କହିଛି। ତେବେ ତାଙ୍କୁ କିଏ ଓ କାହିଁକି ହତ୍ୟା କଲା ତାହା ଏପର୍ଯ୍ୟନ୍ତ ଜଣା ପଡ଼ିନଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି।

 

Leave A Reply

Your email address will not be published.