ଅଧିକ ସ୍ମାର୍ଟ ହେବ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା

ଭୁବନେଶ୍ୱର(କେନ୍ୟୁଜ୍‌) :  ଆସନ୍ତା ୧୫ରେ ରାଜ୍ୟରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ପୂରିବ ତିନ ବର୍ଷ। ଏ ଅବସରରେ ଅଧିକ ସ୍ମାର୍ଟ ହେବ ଯୋଜନା। BSKYରେ ସାମିଲ ହେବେ ଅଧିକ ୨୧ଲକ୍ଷ ନୂଆ ହିତାଧିକାରୀ । ହିତାଧିକାରୀଙ୍କୁ ମିଳିବ ସ୍ମାର୍ଟ କାର୍ଡ । ରାଜ୍ୟର ୯୨ ଲକ୍ଷ ୫୦ ହଜାର ହିତାଧିକାରୀଙ୍କୁ କାର୍ଡ ଯୋଗାଇ ଦିଆଯିବ । ସ୍ୱାଧୀନତା ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ମାର୍ଟକାଡ ବଣ୍ଟନ କାର୍ଯ୍ୟକ୍ରମ ଶୁଭାରମ୍ଭ କରିବେ ।

ମାଲକାନଗିରି, ମୟୂରଭଞ୍ଜ, ସୁନ୍ଦରଗଡ, ବଲାଙ୍ଗର ଓ ଗଜପତି ଜିଲ୍ଲାରେ ହିତାଧିକାରୀଙ୍କୁ କାର୍ଡ ବଣ୍ଟାଯିବ । ପର୍ଯ୍ୟାୟକ୍ରମେ ନଭେମ୍ବର ସୁଦ୍ଧା ସବୁ ଜିଲ୍ଲାରେ ହିତାଧିକାରୀଙ୍କୁ କାର୍ଡ ବଣ୍ଟନ କରାଯିବ । ଯୋଜନା ଅଧିକ ସ୍ମାର୍ଟ ହେବା ସହ ଆସିବ ନୂଆ ମାନଦଣ୍ଡ। ବର୍ତ୍ତମାନ ସମସ୍ତ ବିଜୁ କୃଷକ କଲ୍ୟାଣ କାର୍ଡଧାରୀ, ଅନ୍ତୋଦେୟଅନ୍ନ ଯୋଜନା କାର୍ଡଧାରୀ ବିଜୁ ସ୍ୱାସ୍ଥ୍ୟକଲ୍ୟାଣ ଯୋଜନା ହିତାଧିକାରୀ ଥିଲେ। ଉପକୃତ ହେଉଥିଲେ ୭୧ ଲକ୍ଷ ୬୯ ହଜାର ୬୭୨ ପରିବାର।

ନୂଆମାଦଣ୍ଡରେ ସମସ୍ତ ଜାତୀୟ ଖାଦ୍ୟ ସୁରକ୍ଷା ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଆଇନରେ ଅନ୍ତର୍ଭୁକ୍ତ ହିତାଧିକାରୀଙ୍କୁ ଦିଆଯିବ BSKY ସ୍ମାର୍ଟ ହେଲ୍ଥ କାର୍ଡ। ଫଳରେ ଅଧିକ ୨୦ ଲକ୍ଷ ୮୦ ହଜାର ୩୨୮ ହିତାଧିକାରୀ ଉପକୃତ ହେବେ। ଅର୍ଥାତ ପ୍ରାୟ ୯୨ ଲକ୍ଷ ୫୦ ହଜାର ପରିବାରଙ୍କୁ ମିଳିବ ଏହି ସ୍ମାର୍ଟ କାର୍ଡ ସୁବିଧା । ନୂଆ ଗାଇଡ୍ ଲାଇନ୍ ସେପ୍ଟେମ୍ବର ୧ ତାରିଖରୁ ଲାଗୁ ହେବ। ବିରୋଧୀଙ୍କ ଅଭିଯୋଗର ଉତ୍ତର ଦେଇଛି ବିଜେଡି । କହିଛି କେବେ ମଧ୍ୟ ରାଜ୍ୟ ସରକାରଙ୍କ ଭଲ କାଯ୍ୟର୍କୁ ପ୍ରଶଂସା କରିନ୍ତି ନାହିଁ ବିରୋଧୀ ।

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ରାଜ୍ୟର ସମସ୍ତ ସରକାରୀ ମେଡିକାଲରେ ମାଗଣ ଚିକିତ୍ସା ମିଳୁଛି । ଏହା ସହ ରାଜ୍ୟ ସରକାରଙ୍କ ସହ ଯେଉଁ ଘରୋଇ ମେଡିକାଲ ସହ ଯୋଡି ହୋଇ ରହିଛନ୍ତି ସେଠାରେ ମଧ୍ୟ ମାଗଣା ଚିକିତ୍ସା ମିଳୁଛି । ବର୍ଷକୁ ଗୋଟିଏ ପରିବାରକୁ ୫ ଲକ୍ଷ ଓ ମହିଳାଙ୍କୁ ୧୦ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟବୀମା ଯୋଗାଇ ଦିଆଯାଉଛି। ସରକାରୀ ତଥ୍ୟ ଅନୁଯାୟୀ ୧୮୩ ଟି ହସ୍ପିଟାଲ୍ ସହ ରାଜ୍ୟ ବାହାରର ୧୭ ଟି ହସ୍ପିଟାଲ୍ ରେ ଏହି ସହାୟତା ମିଳିପାରୁଛି ।

Leave A Reply

Your email address will not be published.