ଚାଣକ୍ୟ ନୀତି : ଏହି ତିନି ଲୋକଙ୍କ ଠାରୁ ତୁରନ୍ତ ଦୂରେଇ ଯାଆନ୍ତୁ, ନହେଲେ ଆପଣ ବି ହେବେ ବଦନାମ

ଆଚାର୍ଯ୍ୟ ଚାଣକ୍ୟ ମହାନ ବିଦ୍ୱାନ ଥିଲେ। ସେ ଅର୍ଥଶାସ୍ତ୍ର, ସମାଜ ଶାସ୍ତ୍ର ଓ ନୀତି ଶାସ୍ତ୍ରରେ ପାରଙ୍ଗମ ଥିଲେ । ତାଙ୍କ ଜ୍ଞାନ ସାହାଯ୍ୟରେ ସେ ମାନବ ଜାତି ପାଇଁ ଅନେକ ଭଲ କାମ କରିଛନ୍ତି। ତାଙ୍କ ଉପଦେଶ ମାନିଥିବା ଲୋକ କେବେ ବି ବିପଦରେ ପଡ଼ି ନଥାନ୍ତି । ସମାଜରେ ଠିକ୍‌ ଭାବେ ବଞ୍ଚିବା ପାଇଁ ସେ ବହୁ ଉପଦେଶ ଦେଇଯାଇଛନ୍ତି । କେଉଁ ବ୍ୟକ୍ତିଙ୍କ ଠାରୁ ଦୂରେଇ ରହିଲେ ଲୋକେ ବଦନାମରୁ ରକ୍ଷା ପାଇ ପାରିବେ ସେ ସମ୍ପର୍କରେ ଆଜି ଚାଣକ୍ୟଙ୍କ କ’ଣ ବାଣୀ ।

ମିଛ କହୁଥିବା ଲୋକଠୁ ତୁରନ୍ତ ଦୂରତା ବନାନ୍ତୁ :

ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ ମିଛ କହୁଥିବା ଲୋକଙ୍କ ଠାରୁ ସର୍ବଦା ଦୂରରେ ରୁହନ୍ତୁ । ମିଛ କହୁଥିବା ଲୋକଙ୍କର ସମାଜରେ କୌଣସି ସମ୍ମାନ ନଥାଏ । ମିଛ କହୁଥିବା ଲୋକଙ୍କ ସହିତ ରହିଲେ ଶୀଘ୍ର ବଦନାମ ହୋଇପାରନ୍ତି ।

ଅନ୍ୟର ବଦନାମ କରୁଥିବା ଲୋକ :

ଆଚାର୍ଯ୍ୟଙ୍କ ଅନୁଯାୟୀ ଅନ୍ୟର ବଦନାମ କରୁଥିବା ଲୋକଙ୍କ ଠାରୁ ଦୂରରେ ରହିବା ଉଚିତ । ଏଭଳି ଲୋକଙ୍କ ସଙ୍ଗରେ ରହିଲେ ନିଜେ ବି ଅନ୍ୟର ବଦନାମ କରିବା ଆରମ୍ଭ କରିବେ । ଯେଉଁ ଲୋକ ସର୍ବଦା ଅନ୍ୟର ବଦନାମ କରନ୍ତି ତାଙ୍କୁ କେହି ଭଲ ପାଆନ୍ତି ନାହିଁ । ଏମିତି ଲୋକଙ୍କ ସହ ରହିଲେ ନିଜେ ବି ବଦନାମ ହେବ ।

ଯିଏ ଅନ୍ୟକୁ କଷ୍ଟ ଦିଅନ୍ତି :

ଯେଉଁ ଲୋକ ଅନ୍ୟକୁ କଷ୍ଟ ଦିଅନ୍ତି ତାଙ୍କ ସହ ରହିବା ଉଚିତ ନୁହେଁ । କାରଣ ସେମାନଙ୍କ ସହ ରହିଲେ ନିଜେ ବଦନାମ ହେବା ସାର ହେବ । ଅନ୍ୟକୁ କଷ୍ଟ ଦେଉଥିବା ଲୋକର ସମାଜରେ ମାନ ସମ୍ମାନ ନଥାଏ । ସେମାନଙ୍କ ସହ ରହିଲେ ନିଜର ମଧ୍ୟ ସମ୍ମାନ ହାନୀହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.