ପୁନେର ୭୯ ଗାଁରେ ଜିକା ଭାଇରସ୍‌ ଆତଙ୍କ, ସ୍ୱାସ୍ଥ୍ୟ ବିଭାଗ ଆଲର୍ଟ

କରୋନା ଭାଇରସ୍‌ ଆତଙ୍କ ଥମିନଥିବା ବେଳେ ଏବେ ମହାରାଷ୍ଟ୍ରକୁ ଘାରିଛି ଜିକା ଭାଇରସ୍‌ ସଙ୍କଟ। ପୁନେ ଜିଲ୍ଲାରେ ଜିକା ଭାଇରସ୍‌ର ପ୍ରଥମ କେସ୍‌ ସାମ୍ନାକୁ ଆସିବା ପରେ ପ୍ରଶାସନ ଆକ୍ସନ୍‌ ମୋଡ୍‌ରେ। ଜିଲ୍ଲା ପ୍ରଶାସନ ପକ୍ଷରୁ ୭୯ଟି ଗାଁରେ ଜିକା ଭାଇରସ୍‌ ପ୍ରବେଶ କରିଥିବା ଆଶଙ୍କା କରାଯାଉଛି। ଏଣୁ ସ୍ୱାସ୍ଥ୍ୟ ବିଭାଗ ଏସବୁ ଗାଁରେ ଜରୁରୀକାଳୀନ ସେବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି।

ରିପୋର୍ଟ ମୁତାବକ, ପୁନେର ବେଲସର ଗାଁରେ ଜିକା ଭାଇରସ୍‌ର ପ୍ରଥମ ରୋଗୀ ଚିହ୍ନଟ ହୋଇଛି। ପ୍ରଥମ କେସ୍‌ ସାମ୍ନାକୁ ଆସିବା ପରେ ମହାରାଷ୍ଟ୍ରର ସ୍ୱାସ୍ଥ୍ୟ ବିଭାଗ ସତର୍କ ହୋଇଯାଇଛି। ପୁନେ ଜିଲ୍ଲାର ଡିଏମ୍‌ ଅଫିସରମାନଙ୍କ ସହ ଆଲୋଚନା କରିବା ପରେ ସମସ୍ତ ଗ୍ରାମ ପଞ୍ଚାୟତ ଓ ସ୍ଥାନୀୟ ପ୍ରଶାସନକୁ ଆଲର୍ଟ କରିଛନ୍ତି।

କେମିତି ବ୍ୟାପେ ଜିକା ଭାଇରସ୍‌?

ଜିକା ଭାଇରସ୍‌ ଏଡିଜ୍‌ ମଶା କାମୁଡ଼ିବା ଯୋଗୁ ବ୍ୟାପେ। ଏହି ମଶା ଡେଙ୍ଗୁ ଓ ଚିକେନ୍‌ଗୁନିଆର ମୁଖ୍ୟବାହକ। ଏହି ମଶା ମହାରାଷ୍ଟ୍ର ଓ ଆଖ ପାଖ ଅଞ୍ଚଳରେ ଅତ୍ୟଧିକ ଦେଖାଯାଆନ୍ତି। ଏହି ମଶାଙ୍କ ନିବାରଣ ପାଇଁ ଏବେ ସରକାରଙ୍କ ତରଫରୁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଉଛି।

Leave A Reply

Your email address will not be published.