ଦୀର୍ଘ ଦିନ ପରେ ପୂରଣ ହେବାକୁ ଯାଉଛି ସ୍ୱପ୍ନ: ଅନୁଗୁଳ ବ୍ଲକ୍ ବାସିନ୍ଦାଙ୍କୁ ମିଳିବ ମହାନଦୀ ପାଣି

ଅନୁଗୁଳ(କେନ୍ଯୁଜ୍): ଅନୁଗୁଳ ବ୍ଲକ ବାସିନ୍ଦାଙ୍କୁ ମିଳିବ ମହାନଦୀ ପାଣି। ବ୍ଲକର ପ୍ରାୟ ୩୦ଟି ପଞ୍ଚାୟତକୁ ମିଳିବ ପାଣି। ମହାନଦୀରୁ ମେଗା ପାନୀୟ ଜଳ ପ୍ରକଳ୍ପ ମାଧ୍ୟମରେ ୩୦ଟି ପଞ୍ଚାୟତର ଲୋକମାନେ ପିଇବା ପାଣି ପାଇବା ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି। ବିଧାୟକ ରଜନୀକାନ୍ତ ସିଂହ, ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ ଓ ଅନ୍ୟ ବିଭାଗୀୟ ଅଧିକାରୀ ସ୍ଥିତି ଅନୁଧ୍ୟାନ କରଛନ୍ତି ।

ମେଗା ପାନୀୟ ଜଳ ପ୍ରକଳ୍ପ ଟିକରପଡା ପଞ୍ଚାୟତର ବେହେରା ସାହି ଠାରେ ନିର୍ମାଣ ହେବାକୁ ନିଷ୍ପତ୍ତି ହୋଇଛି। ସର୍ଭେ ଶେଷ ହେଲା ପରେ ଏହାର ଟେଣ୍ଡର ହୋଇ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ। ଅନୁଗୁଳ ବ୍ଳକରେ ପିଇବା ପାଣି ପାଇଁ ନାନା ଅସୁବିଧା ହେଉଥିଲା। ଦୀର୍ଘ ଦିନ ପରେ ଅନୁଗୁଳ ବ୍ଲକବାସୀଙ୍କ ସ୍ୱପ୍ନ ପୂରଣ ହୋଇ ଶୁଦ୍ଧ ପାନୀୟ ଜଳ ପାଇବେ।

Leave A Reply

Your email address will not be published.