ଅସ୍ତବ୍ୟସ୍ତ ଜୀବନ: ଠିକ୍‌ ସମୟରେ ମୌସୁମୀ ଆସିଥିଲେ ବି ବର୍ଷା ଉଭାନ୍‌, ପାଣିପାଗ ମାନଚିତ୍ରରେ ରେଡ୍ ଜୋନରେ ୨୧ ଜିଲ୍ଲା

ଭୁବନେଶ୍ବର(କେନ୍ଯୁଜ୍): ବର୍ଷା ଉଭାନ୍‌, ଅସ୍ତବ୍ୟସ୍ତ ଜୀବନ । ଠିକ୍‌ ସମୟରେ ମୌସୁମୀ ଆସିଥିଲା ହେଲେ ଜୁଲାଇ-ଅଗଷ୍ଟରେ ହଜିଗଲା। ରାଜ୍ୟରେ ଜୁନ ୧ରୁ ଅଗଷ୍ଟ ୮ ଭିତରେ, ସ୍ୱାଭାବିକଠାରୁ ୨୮ ପ୍ରତିଶତ କମ୍‌ ବର୍ଷା ହୋଇଛି । ପାଣିପାଗ ମାନଚିତ୍ରରେ ରେଡ ଜୋନରେ ୨୧ ଜିଲ୍ଲା । ଏସବୁ ଜିଲ୍ଲାରେ ସ୍ୱାଭାବିକଠାରୁ ୨୦ରୁ ୫୯ ପ୍ରତିଶତ କମ ବର୍ଷା ହୋଇଛି।

ବିଶେଷକରି ଯାଜପୁର ଓ ଭଦ୍ରକ ଜିଲ୍ଲାର ଚାଷୀ ବିଶେଷଭାବେ ପ୍ରଭାବିତ ହୋଇଛନ୍ତି । ସେଭିତରେ ଯାଜପୁର ଜିଲ୍ଲାରେ ୫୭%, ଭଦ୍ରକରେ ୫୦%, ଗଜପତିରେ ୪୬ ପ୍ରତିଶତ, ବଲାଙ୍ଗିରରେ ୪୧% ଓ କେନ୍ଦୁଝରରେ ୩୯% କମ୍‌ ବର୍ଷା ରେକର୍ଡ କରାଯାଇଛି । ବିଶେଷକରି ଉତ୍ତର, ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର ଅଧିକାଂଶ ଜିଲ୍ଳାରେ ସ୍ୱାଭାବିକଠାରୁ କମ ବର୍ଷା ଚାଷୀଙ୍କ ଚିନ୍ତା ବଢ଼ାଇଛି । କେବଳ ୯ଟି ଜିଲ୍ଲାରେ ହୋଇଛି ସ୍ୱାଭାବିକ ବର୍ଷା । ଆଗକୁ ବର୍ଷା ପରିମାଣ ନ ବଢିଲେ, ପରିସ୍ଥିତି ସାଂଘାତିକ ହୋଇପାରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.