କମ୍ ସମୟରେ କିଛି ଟେଷ୍ଟି ଖାଇବାକୁ ଚାହୁଁଥିଲେ ପ୍ରସ୍ତୁତ କରନ୍ତୁ ଆଳୁ ରାଇତା
ଏବେ ଯାଏଁ ଆପଣ ବିଭିନ୍ନ ପ୍ରକାରର ରାଇତା ଖାଇଥିବେ। ଯଥା: ବୁନ୍ଦି ରାଇତା, କାକୁଡ଼ି ରାଇତା, ଲକି ରାଇତା ଇତ୍ୟାଦି। କିନ୍ତୁ କେବେ ଆଳୁ ରାଇତା ବୋଧେ ଆପଣ ଟ୍ରାଏ କରିନଥିବେ। ଏହା ପାଟିକୁ ଯେମିତି ଟେଷ୍ଟି, ଦେହ ପାଇଁ ମଧ୍ୟ ସେମିତି ହିତକର। ଆସନ୍ତୁ ଜାଣିବା ଆଳୁ ରାଇତାର ପ୍ରସ୍ତୁତି ପ୍ରଣାଳୀ…
ଆବଶ୍ୟକୀୟ ସାମଗ୍ରୀ:
୨ କପ୍ ଦହି, ୨ଟି ସିଝା ଆଳୁ, ୧/୨ କପ୍ ବୁନ୍ଦି, ୧/୪ ଚାମଚ ଗୋଲମରିଚ ଗୁଣ୍ଡ, ୧/୪ ଭଜା ଜିରା ପାଉଡର, ୧/୪ ଚାମଚ କଳା ଲୁଣ, ୧/୪ ଲାଲ ଲଙ୍କା ଗୁଣ୍ଡ, ୨ ଚାମଚ ଧନିଆ ପତ୍ର, ଚାଟ ମସାଲା, ସ୍ୱାଦ ଅନୁସାରେ ଲୁଣ
ପ୍ରସ୍ତୁତି ପ୍ରଣାଳୀ:
ପ୍ରଥମେ କିଛି ପାଣି ନେଇ ଗରମ କରନ୍ତୁ। ପାଣି ଗରମ ହୋଇଗଲେ ସେଥିରେ ବୁନ୍ଦି ପକାଇ ୨ ମିନିଟ୍ ଭିଜାଇ ଦିଅନ୍ତୁ ଓ ଆଳୁକୁ ଗୁଣ୍ଡ ଗୁଣ୍ଡ କରି କାଟନ୍ତୁ। ଏବେ ଏକ ପାତ୍ରରେ ଦହି ନେଇ ଭଲଭାବେ ମିଶାଇ ଦିଅନ୍ତୁ। ଏବେ ପାଣିରୁ ବୁନ୍ଦିକୁ ବାହାର କରି ଦହିରେ ମିଶାନ୍ତୁ। ଏବେ ଏଥିରେ ଆଳୁ, ଲୁଣ ଓ ଗୋଲମରିଚ ଗୁଣ୍ଡ ପକାନ୍ତୁ। ଏହା ଉପରେ ଲଙ୍କା ଗୁଣ୍ଡ, ଜିରା ପାଉଡର ଓ ଚାଟ୍ ମସଲା ପକାଇ ଗୋଳାନ୍ତୁ। ପ୍ଲେଟ୍କୁ କାଢ଼ି ଧନିଆ ପତ୍ରରେ ସଜାଇ ସର୍ଭ କରନ୍ତୁ ଆଳୁ ରାଇତା।