ଘରେ ବନାନ୍ତୁ ତରିଓ୍ଵାଲା ଚିକେନ
ତରିଓ୍ଵାଲା ଚିକେନ ଏକ ମସଲାଯୁକ୍ତ ଗ୍ରେଭି ହୋଇଥାଏ । ଏହି ଗ୍ରେଭି ଏତେ ସ୍ୱାଦଯୁକ୍ତ ଯେ ଥରେ ଖାଇଲେ ଏହାକୁ ଭୂଲି ପାରିବେ ନାହିଁ । ଆସନ୍ତୁ ଜାଣିବା କେମିତି ବନାଇବେ ତରିଓ୍ଵାଲା ଚିକେନ ।
ଆବଶ୍ୟକୀୟ ସାମଗ୍ରୀ :
୫୦୦ ଗ୍ରାମ ଚିକେନ
କିଛି କଟା ପିଆଜ
୩ ଟି ଟମାଟର (ଛୋଟ କଟା ହୋଇଥିବା)
ଅଧା କପ୍ ଦହି
୧ ବଡ଼ ଚାମଚ ଲଙ୍କା ଗୁଣ୍ଡ
୧ ବଡ଼ ଚାମଚ ଧନିଆ ଗୁଣ୍ଡ
ଅଧା ଛୋଟ ଚାମଚ ଜିରା ପାଉଡର
ଅଧା ଛୋଟ ଚାମଚ ହଳଦୀ ପାଉଡର
ଗୋଟିଏ ତେଜ ପତ୍ର
ଗୋଟିଏ ଷ୍ଟାର ଅଣସୀ ଫୁଲ
୪ ଟି କଳା ମରିଚ
୨ ଟି ଲବଙ୍ଗ
୨ ବଡ଼ ଚାମଚ ଅଦା ରସୁଣ ପେଷ୍ଟ
ପ୍ରସ୍ତୁତି ବିଧି
୧. ପ୍ରଥମେ ଚିକେନକୁ ଦହି, ଗୁଣ୍ଡ ମସଲା ଓ ଅଦା ରସୁଣ ପେଷ୍ଟ ସହିତ ୩୦ ମିନିଟ ଯାଏ ମେରିନେଟ କରନ୍ତୁ ।
୨. ଏବେ ଗ୍ୟାସରେ ପ୍ୟାନ ବସାଇ ଏଥିରେ ତେଲ ପକାନ୍ତୁ । ତେଲ ଗରମ ହେଲେ ପିଆଜ ପକାଇ ଲାଲ୍ ହେବା ଯାଏ ଅପେକ୍ଷା କରନ୍ତୁ ।ପିଆଜ ଲାଲ୍ ହୋଇଗଲେ ଏହାକୁ କାଢ଼ି ଦିଅନ୍ତୁ । ଏବେ ଏଥିରେ ଚିକେନ ପକାଇ ଫ୍ରାଏ କରନ୍ତୁ ।
୩. ଚିକେନ ଫ୍ରାଏ ହୋଇଗଲେ ଏଥିରେ ଅଦା ରସୁଣ ପେଷ୍ଟ ପକାଇ ଭଲ ଭାବେ କଷନ୍ତୁ । ଯେତେବେଳେ ମସଲା ଭଲ ଭାବରେ କଷି ହୋଇଯିବ ଏଥିରେ ଅଳ୍ପ ପାଣି ଦିଅନ୍ତୁ ।
୪. ମଧ୍ୟମ ଆଞ୍ଚରେ ଏହାକୁ ୫ ମିନିଟ ଯାଏ ସିଝିବାକୁ ଦିଅନ୍ତୁ । ପୁଣି ଏଥିରେ ଦହି ମିଶାଇ କଷନ୍ତୁ ଯେପରି ତେଲ ଅଲଗା ହୋଇଯିବ ।
୫. ଚିକେନ ସିଝି ଗଲା ପରେ ଏଥିରେ ତେଲରେ ଭାଜି ରଖିଥିବା ପିଆଜକୁ ମିଶାନ୍ତୁ ଓ ଆଉ ୬ ମିନିଟ ଯାଏ ରାନ୍ଧନ୍ତୁ ।
୬. ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କ ତରିଓ୍ଵାଲା ଚିକେନ । ଖାଆନ୍ତୁ ଓ ମଜା ନିଅନ୍ତୁ ।