ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡ(IOCL)ରେ ଚାକିରି ଖୋଜୁଛନ୍ତି କି ? ତେବେ ଆପଣଙ୍କ ପାଇଁ ଖୁସି ଖବର। ଯଦି ଆପଣ ଏଠାରେ ଚାକିରି କରିବାକୁ ଚାହୁଁଚନ୍ତି ତେବେ ତୁରନ୍ତ କରନ୍ତୁ ଆବେଦନ। ଆଇଓସିଏଲରେ ୪୧୮ ଟେକ୍ନିକାଲ ଏବଂ ନନ୍ ଟେକ୍ନିକାଲ ଟ୍ରେଡ ଆପାରଣ୍ଟିସ ପଦବୀରେ ଭର୍ତ୍ତି ହେବାକୁ ଯାଉଛି। ଇଚ୍ଛୁକ ଏବଂ ଯୋଗ୍ଯ ପ୍ରାର୍ଥୀ ଏହାର ଅଫିସିଆଲ ୱେବସାଇଟକୁ ଯାଇ iocl.com କୁ ଯାଇ ଅନଲାଇନ ଆବେଦନ କରିପାରିବେ।
ଜାରି ହୋଇଥିବା ନୋଟିଫିକେସନ ଅନୁଯାୟୀ, ଏହି ଭର୍ତ୍ତି ଇଣ୍ଡିଆନ ଅଏଲର ଦକ୍ଷିଣାଞ୍ଚଳ ପାଇଁ ଭର୍ତ୍ତି କରାଯିବ। ଅର୍ଥାତ୍ ଚୟନ ହେବା ପ୍ରାର୍ଥୀ ତାମିଲନାଡୁ, କର୍ଣ୍ଣାଟକ, କେରଳ, ଆନ୍ଧ୍ରପ୍ରଦେଶ ଏବଂ ପଡୁଚେରୀରେ ଥିବା ଆଇଓସିଏଲ ବ୍ରାଞ୍ଚରେ ନିଯୁକ୍ତି ହେବେ।
ଅଫିସିଆଲ ୱେବସାଇଟକୁ ଯାଇ ଫର୍ମ ପୂରଣ କରିବା ସମୟରେ କୌଣସି ପ୍ରକାର ଭୁଲ କରନ୍ତୁ ନାହିଁ। ଯଦି ଫର୍ମ ପୂରଣ କରିବା ସମୟରେ କୌଣସି ଭୁଲ ହୁଏ, ତେବେ ଫର୍ମକୁ ରଦ୍ଦ କରିଦିଆଯିବ।
ପଦବୀ ବିବରଣୀ:
ଟେକ୍ନିକାଲ ଏବଂ ନନ୍ ଟେକ୍ନିକାଲ ଟ୍ରେଡ ଆପାରଣ୍ଟିସ : ୪୧୮
ଜରୁରୀ ତାରିଖ: ଆବେଦନ କରିବାର ଶେଷ ତାରିଖ ୨୮ ଅଗଷ୍ଟ ୨୦୨୧ରେ ରହିଛି। ଏହା ପରେ ଆବେଦନକାରୀଙ୍କ ଫର୍ମକୁ ଗ୍ରହଣ କରାଯିବ ନାହିଁ।
ଶିକ୍ଷାଗତ ଯୋଗ୍ଯତା: ଏହି ନିଯୁକ୍ତି ପାଇଁ ପ୍ରାର୍ଥୀ ଗ୍ରାଜୁଏଟ କିମ୍ବା ୧୦ମ ପରେ ଆଇଟିଆଇ କରିଥିବା ଜରୁରୀ।
ବୟସ ସୀମା: ପ୍ରାର୍ଥୀଙ୍କ ସର୍ବନିମ୍ନ ବୟସ ୧୮ ବର୍ଷ ଏବଂ ସର୍ବାଧିକ ୨୪ ବର୍ଷ ହେବା ଜରୁରୀ।
ଚୟନ ପ୍ରକ୍ରିୟା: ଏହି ପଦରେ ଚୟନ ପ୍ରକ୍ରିୟା ଲିଖିତ ପରୀକ୍ଷା ଅନୁଯାୟୀ କରାଯିବ।
ଏମିତି କରନ୍ତୁ ଆବେଦନ:
– ପ୍ରଥମେ ଅଫିସିଆଲ ୱେବସାଇଟକୁ ଯାଆନ୍ତୁ।
– ଅଫିସିଆଲ ୱେବସାଇଟକୁ ଯିବା ପରେ ଆପ୍ଲାଏ ଲିଙ୍କରେ କ୍ଲିକ କରନ୍ତୁ।
– ପରେ ସେଠାରେ ନିଜର ବ୍ଯକ୍ତିଗତ ବିବରଣୀ ଭରି ସବମିଟ୍ କରନ୍ତୁ।
– ଫର୍ମର ଏକ ଫଟୋ କପି ନିଜ ପାଖରେ ରଖିଦିଅନ୍ତୁ।