ନବମ ଶ୍ରେଣୀ ଛାତ୍ରଙ୍କ ଇ-ସାଇକେଲ୍, ଯାହା ଘଣ୍ଟାକୁ ୩୦ କି.ମି. ସ୍ପିଡରେ କରୁଛି ଗତି

ନୟାଗଡ(କେନ୍ଯୁଜ୍): ଦିନକୁ ଦିନ ବଢି ଚାଲିଛି ପେଟ୍ରୋଲ ଦର । ଲିଟର ପିଛା ଶହେ ଟପିଲାଣି । ଅନ୍ଯପଟେ ପେଟ୍ରୋଲ ଦର ଯେତେ ବଢିଲେ ବି ଲୋକେ ତ ଗାଡି ଚଲାଇବାକୁ ବାଧ୍ଯ । ଅନ୍ଯପଟେ ପୂର୍ବ ଅପେକ୍ଷା ଗାଡି ମଟର ସଂଖ୍ଯା ମଧ୍ଯ ବ୍ରୁଦ୍ଧି ପାଇବାରେ ଲାଗିଛି । ଯାହାଫଳରେ ସେଥିରୁ ବାହାରିଥିବା ଧୂଆଁ ପରିବେଶ ପାଇଁ କ୍ଷତିକାରକ ସାଜୁଛି। ତେଣୁ ସରକାର ଏଥିପାଇଁ ମଧ୍ଯ ଅନେକ ପଦକ୍ଷପ ଗ୍ରହଣ କରୁଛନ୍ତି । ତେବେ ଏହି ପରିପେକ୍ଷୀରେ ଜଣେ ନବମ ଶ୍ରେଣୀ ଛାତ୍ର ତିଆରି କରିଛନ୍ତି ଇ ସାଇକେଲ । ଯାହା, ସୋଲାର ଦ୍ବାରା ଚାଳିତ । ଏହି ଇ ସାଇକେଲ ନେଇ, ସେ ଓ ତାଙ୍କ ବାପା ସବୁଆଡେ ଯାଇ ପାରୁଥିବା ବେଳେ, ଏବେ ଏହି ସାଇକେଲକୁ ନେଇ ସବୁଆଡେ ଚର୍ଚା । ନୟାଗଡ ଜିଲ୍ଲା ଖଣ୍ଡପଡା ବ୍ଲକ ଯୋଗିଆପଲି ଗ୍ରାମର ମାନସ ସାହୁ । ଯିଏ ତିଆରି କରିଛନ୍ତି ଏହି ଇ- ସାଇକେଲ ।

ଦର୍ଶକବନ୍ଧୁ ମାନସଙ୍କ ବାପା ସନ୍ତୋଷ ସାହୁ ଯଏ ଘରେ ଖଲି ଠୁଙ୍ଗା ମେସିନ ପକେଇ ପରିବାର ଚଳେଇଥାନ୍ତି । ତେବେ ବିଦ୍ଯୁତ୍ ବିଭାଗ ତାଙ୍କୁ କମରସିଆଲ କରିବା ପାଇଁ ବାଧ୍ୟ କରିବା ପରେ, ସେ ବାଧ୍ୟ ହୋଇ ଦେଢ ଲକ୍ଷ ଟଙ୍କା ଖର୍ଚ କରି ଘରେ ସୋଲାର ସିଷ୍ଟମ ବସେଇଲେ । ଏବେ ସେ ସୋଲାର ଦ୍ବାରା ଘରେ ଠୁଙ୍ଗା ଖଲି ମେସିନ ଚଳେଇବା ସହ ୱାଶିଂମେସିନ , ଫ୍ରିଜ, କୁଲର, ପାଣିମଟର, ଠାରୁ ଆରମ୍ଭ କରି ସମସ୍ତ ବୈଦ୍ଯୁତିକ ଉପକରଣ ବ୍ଯବହାର କରିପାରୁଛନ୍ତି । ତେବେ ଘରେ ଲାଗିଥିବା ସୋଲାର ସିଷ୍ଟମ ଦେଖି ପୁଅ ମାନସଙ୍କ ମନକୁ ଆସିଲା ଯଦି ସୋଲାର ଦ୍ବାରା ପ୍ଳେଟ, ମଟର,ବ୍ଯାଟେରୀ ଆଣି ତାଙ୍କ ସାଇକେରେ ଲଗାଯାଏ ତେବେ ବହୁତ ଭଲ ହୁଅନ୍ତା । ଯାହାପରେ ସେ ଏଦିଗରେ କାମ ଆରମ୍ଭ କରିଦେଲେ। ଏପରିକି ସାଇକେଲରେ ପେଡାଲ ବଦଳରେ ଆକ୍ସିଲେଟର ଲଗେଇଲେ। ଏବେ ବୀନା ପେଡାଲରେ ସାଇକେଲ ଚାଲିପାରୁଛି ସାଇକେଲ । ସାଇକେଲ ଦ୍ବାରା ସେ ଏବେ ଦୈନିକ ଏକ ସହ କିଲୋମିଟର ପୁଣି ଘଣ୍ଟାକୁ ୩୦ କିମି ସ୍ପିଡରେ ଯାଇପାରୁଥିବା କହିଛନ୍ତି ।

ଅନ୍ଯପଟେ ଆରମ୍ଭରୁ ଏଥିପାଇଁ ବାପା ସହଯୋଗ କରୁନଥିବା କହିଛନ୍ତି ନବମ ଶ୍ରେଣୀରେ ପଢୁଥିବା ମାନସ । କିନ୍ତୁ ପରେ ସେ ଜିଦ କରିବାରୁ ତାଙ୍କ ବାପା ସମସ୍ତ ଉପକରଣ ଯୋଗେଇ ଦେଇଥିଲେ । ଏବେ ଏହି ସାଇକେଲ ଦ୍ବାରା ସେ ନୟାଗଡ ବଜାର ସହ ଖଣ୍ଡପଡା, ଓଡଗାଁ ପ୍ରାୟ ପଚାଶ ରୁ ଏକ ସହ କିଲୋ ମିଟର ବାଟ ଯାଇପାରୁଛନ୍ତି । ତାହାପୁଣି ବୀନା ଖର୍ଚରେ । ପେଡାଲ ମାରିବାକୁ ପଡୁନି, କି ପେଟ୍ରୋଲ ପକେଇବାକୁ ପଡୁନି , ବୀନା ପରିଶ୍ରମ ରେ ସାଇକେଲ ଚାଲୁଛି । ଏପରିକି ମାନସଙ୍କ ବାପା ବଜାର ରୁ ଏକ କୁଇଣ୍ଟାଲ ଓଜନର ଜିନିଷ ନେବା ଆଣିବା କରିପାରୁଛନ୍ତି ଏହି ସାଇକେଲରେ। ଏହାକୁ ନେଇ ଏବେ ନୟାଗଡ ଜିଲ୍ଲାରେ ଚର୍ଚା ଧରିଛି ।

ଯେଉଁ ଭଳି ଭାବେ ବର୍ତ୍ତମାନ ସମୟରେ ପେଟ୍ରୋଲ ଡିଜେଲ ଦର ବଢିବାରେ ଲାଗିଛି, ଓ ପରିବେଶ ପ୍ରଦୂଷଣ ହେଉଛି, ସେହି ସମୟ ଏହି ଇ ସାଇକେଲ ଏବେ ଲୋକଙ୍କୁ ବେଶ୍ ଆକ୍ରୁଷ୍ଟ କରିପାରିଛି । ତେବେ ଯଦି କୌଣସି ଉଦ୍ୟୋଗୀ ଏହାର ବ୍ଯବସାଇ କରଣ କରନ୍ତେ, ତେବେ ବହୁତ ଭଲ ହୁଅନ୍ତା ବୋଲି ମାନସ କହିଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.