ବାରମ୍ବାର ପେଟସମସ୍ୟା ଲାଗି ରହୁଥିବାରୁ ଚିନ୍ତିତ କି, ତେବେ ଏହି ସବୁ ଟିପ୍ସ ଉପରେ ରଖନ୍ତୁ ବିଶେଷ ଧ୍ୟାନ
କିଛି ଲୋକଙ୍କର ନିୟମିତ ଭାବରେ ପେଟ ସମସ୍ୟା ଲାଗି ରହିଥାଏ । ଡାଇରିଆ, କୋଷ୍ଠ କାଠିନ୍ୟ, ଏସିଡ଼ିଟି, ପେଟ ଦରଜ ପରି ସମସ୍ୟା ଲାଗି ରହିଥିବାରୁ ଦୈନନ୍ଦିନ ଖାଦ୍ୟପେୟ ଉପରେ ଏହା ବିଶେଷ ପ୍ରଭାବ ପକାଇଥାଏ । ଆଉ ଯଦି ଦୀର୍ଘ ଦିନ ଧରି ଏହି ସବୁ ସମସ୍ୟା ଲାଗିରୁହେ ତେବେ ଡିହାଇଡ୍ରେସନ, ଅଲ୍ସର, ମଳଦ୍ୱାର କୁଣ୍ଡାଇହେବା ପରି ଗମ୍ଭୀର ସ୍ଥିତି ବି ଉପୁଜିପାରେ । ଆପଣ ହୁଏତ ଜାଣି ନଥିବେ ଏହା ପଛର ପ୍ରମୁଖ କାରଣ ହେଉଛି ଭୁଲ ଦିନଚର୍ଯ୍ୟା ବା ଖାଦ୍ୟପେୟ । ତେଣୁ ସୁସ୍ଥ ରହିବାକୁ ଚାହୁଁଥିଲେ ଏସବୁ ଦିଗ ପ୍ରତି ଧ୍ୟାନ ଦେବା ନିହାତି ଆବଶ୍ୟକ ।
ଜାଣନ୍ତୁ ବାରମ୍ବାର ପେଟ ଖରାପ ହେବାର କାରଣ:
– ଅନହାଇଜେନିକ ଖାଦ୍ୟପେୟ
– ବ୍ୟାକ୍ଟେରିଆରେ ଦୂଷିତ ହୋଇଥିବା ଖାଦ୍ୟ
– ଭାଇରାଲ ଇନଫେକ୍ସନ ଯେମିତିକି ହେପାଟାଇଟିସ, ନୋରୋଭାଇରସ ଅଥବା ରୋଟାଭାଇରସ
– ଇରିଟେବଲ ବାଉଲ ସିଣ୍ଡ୍ରୋମ
– କୌଣସି ଖାଦ୍ୟପେୟରୁ ଆଲର୍ଜି ହେବା
– ଫୁଡ ପଏଜନିଙ୍ଗ
– ଲିଭର ଖରାପ ହେବା
ପେଟ ସମସ୍ୟାକୁ ଘରୋଇ ଉପାୟରେ ଦୂର କରନ୍ତୁ:
– ପଇଡ଼ ପାଣି ପିଇଲେ ଶରୀରର ଫ୍ଲୁଇଡ୍ସ ବାଲାନ୍ସ ରହିଥାଏ । ଆଉ ଶରୀରର ବ୍ଲଡ଼ ସରକ୍ୟୁଲେସନ ବି ବଢିଥାଏ । ଏହାସହ ଏଥିରେ ଥିବା ଏଞ୍ଜାଇମ ଗୁଡିକ ପେଟକୁ ସୁସ୍ଥ ରଖିଥାଏ ।
– ସକାଳୁ ଖାଲି ପେଟରେ ଗୋଟେ କପ ଜିରା ପାଣି ପିଇଲେ ବି ଆରାମ ମିଳିଥାଏ । ଏଥିରେ ମହଜୂତ ଥିବା ଆଣ୍ଟିସେପ୍ଟିକ ଗୁଣ ଗୁଡିକ ଶରୀର ପାଇଁ କ୍ଷତିକାରୀ ବ୍ୟାକ୍ଟେରିଆ ଗୁଡିକୁ ନଷ୍ଟ କରିଦେଇଥାଏ । ଏହା ବ୍ୟତୀତ ଜୁଆଣି ବି ପେଟ ସମସ୍ୟା ପାଇଁ ବେଶ ଲାଭଦାୟୀ ।
– ପ୍ରତିଦିନ ଦୁଇ ଥର ଦୁଇ ଗିନା ଦହିରେ କିଛି ଗୋଲମରିଚ ଗୁଣ୍ଡ ଆଉ ଗୋଟେ ଚୁଟକୀ ଲୁଣ ମିଶାଇ ଖାଇଲେ ବି ପାଚନ ତନ୍ତ୍ର ସୁସ୍ଥ ରହିଥାଏ । ପେଟ ସମସ୍ୟା କମିଯାଇଥାଏ । ଦହିରେ ଥିବା ପ୍ର ବ୍ୟାକ୍ଟେରିୟା ଗୁଣ ବିଭିନ୍ନ ପ୍ରକାର ଇନଫେକ୍ସନ ସହ ଲଢ଼ିବାରେ ସହାୟକ ହୋଇଥାଏ ।
– ପେଟ ରୋଗ ପାଇଁ ବେଲ ପଣା ହେଉଛି ସର୍ବୋତ୍ତମ ଔଷଧ । ଯେକୌଣସି ପ୍ରକାର ପେଟଜନିତ ସମସ୍ୟା ଥିଲେ ବି ବେଲ ପଣା ପିଇଲେ ଆରାମ ମିଳିଥାଏ । ପେଟ ସଫା ହେବା ସହିତ ଗ୍ୟାସ ଆଦି ରୋଗ ମଧ୍ୟ ଦୂର ହୁଏ ।