୧୮ ଲକ୍ଷର ସୋଫା ଉପରେ ଜୋତା ପିନ୍ଧି ଚଢ଼ିଗଲେ ସୋନମ କପୁର, ପତି ଆନନ୍ଦଙ୍କର ରିଆକ୍ସନ ଥିଲା ଏମିତି କିଛି…..

ବଲିଉଡ ଆକ୍ଟ୍ରେସ ସୋନମ କପୁର ଗଲା କିଛି ଦିନ ହେବ ଭଉଣୀ ରିୟା କାପୁରଙ୍କ ବିବାହକୁ ନେଇ ଚର୍ଚ୍ଚାରେ ଅଛନ୍ତି । ଆଉ ଏବେ ତାଙ୍କର ଏକ ଫଟୋ ସୁଟକୁ ନେଇ ଜୋର ଧରିଛି ଚର୍ଚ୍ଚା । ନିକଟରେ ହିଁ ସୋନମ ନିଜର ଏକ ଫଟୋ ସେୟାର କରିଥିଲେ । ଯେଉଁଥିରେ ନିଜ ଲଣ୍ଡନ ସ୍ଥିତ ଘରର ଈଂଟରିୟରକୁ ନେଇ ଏକ ଫଟୋ ସେୟାର କରିଛନ୍ତି ସୋନମ । ଫଟୋରେ ସେ ପରପଲ ରଙ୍ଗର ଡ୍ରେସ ସହ ବ୍ଲାକ ବୁଟସ ପିନ୍ଧିଥିବା ନଜର ଆସିଛନ୍ତି । ନିଜ ଅଂଟାରେ ହାତ ରଖି ଏକ ଈଷତ ନୀଳ ରଙ୍ଗର “Camaleonda” ସୋଫା ଉପରେ ଖୁବ ଷ୍ଟାଇଲରେ ଛିଡା ହୋଇଛନ୍ତି । Mario Beliniର ଏହି ଥ୍ରୀ ସିଟର କାଉଚର ମୂଲ୍ୟ ପାଖାପାଖି ୧୮ ଲକ୍ଷ ଟଙ୍କା ହେବ ବୋଲି ଜଣାଯାଇଛି । ସୋନମଙ୍କ ଏହି ପୋଜକୁ ଅନେକ ଜଣ ପସନ୍ଦ କରିଥିବା ବେଳେ ପତି ଆନନ୍ଦ ଆହୁଜାଙ୍କ କମେଣ୍ଟକୁ ନେଇ ଚର୍ଚ୍ଚା ଜୋର ଧରିଛି ।

 

View this post on Instagram

 

A post shared by Sonam K Ahuja (@sonamkapoor)

 

ସୋନମ ଏହି ଫଟୋର କ୍ୟାପ୍ସନରେ ଲେଖିଛନ୍ତି, “ପୂର୍ବରୁ ନିଜ ଘର ଓ ଅଫିସ ଦେଖେଇବାକୁ ମୋତେ ନର୍ଭସ ଲାଗୁଥିଲା । ତାପରେ ମୁଁ ଅନୁଭବ କଲିଯେ ମୁଁ ଯୋଗ୍ୟ ଲୋକଙ୍କ ଗହଣରେ ହିଁ ଅଛି । ମୁଁ ନିଜ ଘରର ସୁନ୍ଦର ସୁନ୍ଦର ଫଟୋ ଗୁଡିକୁ ସେୟାର କରି ଖୁବ ଏକ୍ସଟାଇଡେଡ଼ ଅଛି । ଏଗୁଡ଼ିକୁ ଖୁବ ସୁନ୍ଦରତାର ସହ ଦେଖାଯାଇଛି ।

କହିରଖିବା ଉଚିତ ହେବକି, ଏକ ଲମ୍ବା ସମୟର ବ୍ୟବଧାନ ପରେ ନିଜ ଭଉଣୀ ରିୟା କପୁରଙ୍କ ବିବାହରେ ଭାରତ ଆସିଛନ୍ତି । ଏହି ଫଙ୍କସନରେ ପତି ଆନନ୍ଦ ଆହୁଜାବି ସାମିଲ ହୋଇଛନ୍ତି । ସୋନମ ଏବେ ନିଜ ପିତାମାତାଙ୍କ ଘରେ ରହୁଛନ୍ତି । ମିଳିଥିବା ଖବର ଅନୁଯାୟୀ ଆନନ୍ଦ ଏବେ ମୁମ୍ବାଇରେ ହିଁ ନିଜ ପାଇଁ ଏକ ନୂଆ ଘର ଖୋଜୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.