ମା’ଙ୍କ ଅନ୍ତିମ ସଂସ୍କାରର କିଛି ସମୟ ପରେ ଡ଼ାଇରେକ୍ଟର ଆନନ୍ଦ ଏଲ ରୟଙ୍କ ମାଙ୍କ ଶୋକ ସଭାରେ ଯୋଗ ଦେଲେ ଅକ୍ଷୟ କୁମାର

ବଲିଉଡ ଆକ୍ଟର ଅକ୍ଷୟ କୁମାରଙ୍କ ମା ଅରୁଣା ଭାଟିୟାଙ୍କ ନିଧନ ବୁଧବାର ସକାଳେ ହୋଇଯାଇଛି । ଏବାବଦରେ ନିଜେ ଅକ୍ଷୟ ସୋସିଆଲ ମିଡିଆରେ ପୋଷ୍ଟ କରି ଜଣାଇଥିଲେ । ଯେବେକି ସନ୍ଧ୍ୟା ସମୟରେ ଅକ୍ଷୟ ମାଙ୍କ ଅନ୍ତିମ ସଂସ୍କାର କରିଛନ୍ତି । ଆଉ ଏହାର ମାତ୍ର କିଛି ଘଣ୍ଟା ପରେ ହିଁ ଅକ୍ଷୟ ଆନନ୍ଦ ଏଲ ରାୟଙ୍କ ମାଙ୍କ ନିଧନରେ ଶୋକ କରିବାକୁ ପହଂଚିଥିଲେ । ଏସମୟର କିଛି ଫଟୋ ବିଭିନ୍ନ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି । କହିରଖିବା ଉଚିତ ହେବକି, ଆନନ୍ଦ ଏଲ ରୟଙ୍କ ମା’ଙ୍କ ନିଧନ ସକାଳ ସମୟରେ ହୋଇଥିଲା ।

 

 

View this post on Instagram

 

A post shared by Bollywood Pap (@bollywoodpap)

ସୂଚନାରୁ ଜଣାଯାଇଛିଯେ ଅକ୍ଷୟ ଓ ଆନନ୍ଦ ମିଶି ଗୋଟିଏ ପ୍ରୋଜେକ୍ଟରେ କାମ କାମ କରୁଛନ୍ତି । ସେମାନଙ୍କ ମିଳିତ ଉଦ୍ୟମରେ “ଅନ୍ତରଙ୍ଗ ରେ” ଫିଲ୍ମର ସୁଟିଙ୍ଗ ଶେଷ ହୋଇଛି । ଏହି ଫିଲ୍ମରେ ସାରା ଅଲ୍ଲୀ ଖାନ ଓ ସାଉଥ ସୁପରଷ୍ଟାର ଧନୁଷ ଲିଡ଼ ଭୂମିକାରେ ନଜର ଆସିବେ । ଦୁହେଁ ଏକାଠି ରକ୍ଷାବନ୍ଧନ ଫିଲ୍ମରେ କାମ କରୁଛନ୍ତି । ମା’ଙ୍କ ଅନ୍ତିମ ସଂସ୍କାରରେ ପତ୍ନୀ ଟ୍ୱିଙ୍କଲ ଖାନ୍ନା, ଝିଅ ନିତାରା ମଧ୍ୟ ଯୋଗ ଦେଇଥିଲେ । ଏହା ବ୍ୟତୀତ ଟ୍ୱଇଙ୍କଲଙ୍କ ମାଁ ଡିମପାଲ କାପଡ଼ିଆ, ରୋହିତ ସେଟ୍ଟୀ, କରଣ କାପଡ଼ିୟା ଓ ରିତେଶ ଦେଶମୁଖ ସାମିଲ ହୋଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.