କେନ୍ଯୁଜ୍: ମୁମ୍ବାଇ କ୍ରୁଜରେ ରେଭ୍ ପାର୍ଟିରୁ ଡ୍ରଗ୍ସ ଜବତ ମାମଲା ମୋ ପୁଅକୁ ଫସାଇ ଦିଆଯାଇଛି। ଏଭଳି ପ୍ରତିକ୍ରିୟା ରଖିଛନ୍ତି ଗିରଫ ରାଉରକେଲାର ଯୁବକ ମନୀଷ ରାଜଗରିଆଙ୍କ ବାପା ଉଦୟ ରାଜଗରିଆ । ମନୀଷଙ୍କ ନିକଟରୁ ୨ ଦଶମିକ ୪ ଗ୍ରାମର ଗୋଟିଏ ଗଞ୍ଜେଇ ସିଗାରେଟ୍ ମିଳିଛି। ନିଜ ବ୍ୟବହାର ପାଇଁ ସିଗାରେଟ୍ ରଖିଥିଲେ ମନୀଷ। ଚରସ କିମ୍ବା ଅନ୍ୟ କୌଣସି ମାଦକ ଦ୍ରବ୍ୟ ଜବତ ହୋଇନାହିଁ ବୋଲି ଉଦୟ ରାଜଗରିଆ କହିଛନ୍ତି ।
ମୁମ୍ବାଇ କ୍ରୁଜରେ ରେଭ୍ ପାର୍ଟିରୁ ଡ୍ରଗ୍ସ ଜବତ ମାମଲାରେ ୧୨ ଗିରଫଙ୍କ ମଧ୍ୟରେ ୨ ଜଣ ରାଉରକେଲାର ଯୁବକ। ଅଭିନ୍ନ ଦିନନାଥ ସାହୁ ଓ ମନୀଷ ରାଜଗରିଆ ସିଭିଲ୍ ଟାଉନସିପ୍ ବାସିନ୍ଦା । ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନଙ୍କ ସହ ୨ଜଣ ସେଦିନ ଜାହାଜରେ ଥିଲେ । ଅଭିନ୍ନ ଦିନନାଥ ସାହୁ ଓ ମନୀଷ ରାଜଗରିଆଙ୍କୁ ରିମାଣ୍ଡରେ ନେଇ ଗୁଡେଇ ତୁଡେଇ ତଥ୍ୟ ଉଗାରୁଛି ଏନସିବି । ମନୀଷଙ୍କ ପାଖରୁ ୨.୪ ଗ୍ରାମ୍ ଗଞ୍ଜେଇ ମିଳିଥିଲା । ଅଭିନ୍ନ ଦୁଇ ଥର ଗଞ୍ଜେଇ ଟାଣିଥିଲେ । ଦୁହେଁ କ୍ରୁଜରେ ଅତିଥି ଥିଲେ ।