ଭୁବନେଶ୍ୱର(କେନ୍ୟୁଜ୍) : ଆଜି ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ରାଜ୍ୟ ପ୍ରଦୂଷଣ ବୋର୍ଡର ଜଣେ ଅଫିସର । ରାଉରକେଲାରୁ ଭୁବନେଶ୍ୱର ଟଙ୍କା ନେଇ ଆସୁଥିବା ବେଳେ ସେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ତାଙ୍କ ନିକଟରୁ ଲକ୍ଷେ ୭୫ ହଜାର ଟଙ୍କା ଜବତ ହୋଇଥିବା ବେଳେ ସେ ତାହାର ହିସାବ ଦେଇ ପାରିନଥିଲେ । ଫଳରେ ଭିଜିଲାନ୍ସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।
ସୂଚନାନୁଯାୟୀ, ଭିଜିଲାନ୍ସ ଆଜି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ରିଜୋନାଲ ଅଫିସର ଡକ୍ଟର ପିକେ ମହାପାତ୍ରଙ୍କୁ ଟଙ୍କା ନେଇ ଆସୁଥିବାର ଧରିଥିଲା । ଶ୍ରୀ ମହାପାତ୍ର ରାଉରକେଲା ରୁ ଭୁବନେଶ୍ୱର ଟଙ୍କା ନେଇ ଆସୁଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଥିଲେ ।
ତାଙ୍କ ପାଖରୁ ନଗଦ ୧ ଲକ୍ଷ ୭୫ ହଜାର ଟଙ୍କା କାବୁ କରିଥିଲା ଭିଜିଲାନ୍ସ ବିଭାଗ । ହେଲେ ସେ ସେହି ଅର୍ଥର କିଛି ସନ୍ତୋଷଜନକ ହିସାବ ଦେଇ ପାରିନଥିଲେ । ଫଳରେ ଭିଜିଲାନ୍ସ କର୍ମଚାରୀ ତାଙ୍କୁ ଗିରଫ କରି କୋର୍ଟ ଫରଓ୍ଵାଡ କରିଛି । ଏଥିସହ ସୁନ୍ଦରପଦା ରେ ଥିବା ତାଙ୍କ ଘରେ ତଲାସୀ ଜାରି ରହିଥିବା ଜଣାଯାଇଛି ।