ଏବେ ଏନସିବି ଟାର୍ଗେଟରେ ଆର୍ଯ୍ୟନଙ୍କ ଡ୍ରାଇଭର, ଜୋରଦାର ପଚରାଉଚୁରା ଜାରି

ମୁମ୍ବାଇ କ୍ରୁଜ ଡ୍ରଗ୍ସ ମାମଲାରେ ସୁପରଷ୍ଟାର ଶାହରୁଖ ଖାଁଙ୍କ ପୁଅ ଆର୍ଯ୍ୟନ ଖାଁଙ୍କୁ ଗିରଫ କରାଯିବା ପରେ ଏବେ ତାଙ୍କ ଡ୍ରାଇଭରକୁ ପଚରାଉଚୁରା ଜାରି ରଖିଛି ଏନସିବି ଟିମ । ମିଡ଼ିଆ ରିପୋର୍ଟ ଅନୁଯାୟୀ ଏ ହେଉଛନ୍ତି ସେହି ଡ୍ରାଇଭର ଯିଏ ଆର୍ଯ୍ୟନଙ୍କୁ କ୍ରୁଜ ପର୍ଯ୍ୟନ୍ତ ନେଇ ଯାଇଥିଲେ । ଯାଞ୍ଚ ଏଜେନ୍ସି ଟିମ ସନ୍ଦେହ କରିଛନ୍ତିଯେ ପାର୍ଟିରେ ସାମିଲ ହେବାକୁ ଯିବା ପୂର୍ବରୁ ଆର୍ଯ୍ୟନ କାର ଭିତରେ ଡ୍ରଗ୍ସ ସେବନ କରିଥିଲେ | ଘଟଣାକୁ ନେଇ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିବା ପରେ ଯାଞ୍ଚ ଏଜେନ୍ସି ଆର୍ଯ୍ୟନଙ୍କ ଡ୍ରାଇଭରଙ୍କୁ ପଚରାଉଚୁରା ପାଇଁ ଡ଼ାକିଥିବା ଜଣାଯାଇଛି । କହିରଖିବା ଉଚିତ ହେବକି ଶୁକ୍ରବାର କିଲ୍ଲା କୋର୍ଟ ଡ୍ରଗ୍ସ ଲିଙ୍କ ନେଇ ଶାହରୁଖଙ୍କ ପୁଅ ଆର୍ଯ୍ୟନଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି । ଏବେ ୧୪ ଦିନ ପାଇଁ ଆର୍ଯ୍ୟନଙ୍କ ସମେତ ଅନ୍ୟ ୮ ଜଣ ଆରୋପିଙ୍କୁ ଜେଲରେ ରହିବାକୁ ପଡିବ । ଘଟଣାକୁ ନେଇ ଏନସିବି ଲଗାତାର ପଚରାଉଚୁରା ଜାରି ରଖିଥିବା ବେଳେ ଏଯାବତ ୧୮ ଜଣଙ୍କୁ ଗିରଫ କରିସାରିଲେଣି ।

ସମସ୍ତଙ୍କୁ ବାରାକ ନଂ ୧ରେ ୫ ଦିନ ପାଇଁ କ୍ବାରେଣ୍ଟାଇନରେ ରଖାଯାଇଛି। ଆର୍ଯ୍ଯନ ସେହି ଜେଲରେ ରହିଛନ୍ତି, ଯେଉଁଠି ସଂଜୟ ଦତ୍ତ ଏବଂ କସବ ରହିଥିଲେ। ୧୯୯୩ରେ ସଂଜୟ ଦତ୍ତ ବୋମା ବିସ୍ଫୋରଣ କେସରେ ଏହି ଜେଲରେ ବନ୍ଦୀ ରହିଥିଲେ। ସଂଜୟ ଦତ୍ତଙ୍କୁ ବାରାକ ନଂ୧୦ରେ ରଖାଯାଇଥିଲା। ସେହିପରି ସିନା ବୋରା ହତ୍ଯାକାଣ୍ଡର ପ୍ରମୁଖ ଦୋଷୀ ପିଟର ମୁଖାର୍ଜୀଙ୍କୁ ମଧ୍ୟ ଏହି ଜେଲରେ ବନ୍ଦ ରଖାଯାଇଥିଲା। ମୁମ୍ବାଇ ହୋଟେଲ ତାଜ ବିସ୍ଫୋରଣରେ ଧରାହୋଇଥିବା ପାକିସ୍ତାନୀ ଆତଙ୍କବାଦୀ ଅଜମଲ କସବଙ୍କୁ ମଧ୍ୟ ଏହି ଜେଲରେ ରଖାଯାଇଥିଲା। ସେହିପରି ଏଠାରେ ଅବୁ ସାଲେମ, ମୁସ୍ତଫା ଡୋସା, ଛୋଟା ରାଜନ ଏବଂ ଅରୁଣ ଗୋବଲୀଙ୍କୁ ଗିରଫ କରାଯାଇ ରଖାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.