କଟକ(କେନ୍ଯୁଜ୍): କିଟ୍ ବିଶ୍ୱବିଦ୍ୟାଳୟର ସାହସୀ ଛାତ୍ରୀ ପ୍ରଜ୍ଞା ରାୟ । ଲୁଟେରାଙ୍କୁ କାବୁ କଲେ, ନିଜ ମୋବାଇଲ ଫୋନ ଫେରି ପାଇଲେ । ଗତ ଦୁଇ ଦିନ ତଳେ କିଟ୍ ଛକରେ ୨ ଲୁଟେରା ବାଇକ୍ରେ ଆସି ଛାତ୍ରୀଙ୍କ ଠାରୁ ମୋବାଇଲ ଫୋନ୍ ଛଡ଼ାଇ ନେଉଥିଲେ । ତେବେ ବାଇକରେ ପଳାଇ ଯାଉଥିବା ବେଳେ ବାଇକକୁ ଗୋଇଠା ମାରି ଯୁବକଙ୍କୁୁ କାବୁ କରିଥିଲେ ଛାତ୍ରୀ ।
ପରେ କିଛି ସ୍ଥାନୀୟ ଯୁବକ ଲୁଟେରାକୁ ଧରି ପୋଲିସ ଜିମା ଦେଇଥିଲେ । ପ୍ରଜ୍ଞା ହେଉଛନ୍ତି କଟକର ଝିଅ । ସେ କିଟ୍ ବିଶ୍ୱବିଦ୍ୟାଳୟରେ ସାମ୍ବାଦିକତାରେ ପାଠ ପଢୁଛନ୍ତି । ଏ ନେଇ ଖବର ପାଇ କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ କିଟ୍ ଛାତ୍ରୀ ପ୍ରଜ୍ଞା ରାୟଙ୍କୁ ଦେଖା କରି ସମାନ୍ନିତ କରିଥିଲେ ।