ଗୁଗୁଲ ଫୋନରେ ବଡ଼ ସମସ୍ୟା: ଆପେ ଆପେ ଲାଗୁଛି ଫୋନ କଲ୍, ଡ଼ିସପ୍ଲେକୁ ନେଇ ୟୁଜର୍ସ ହେଲେ ଅସନ୍ତୋଷ

ଗୁଗୁଲର ପିକ୍ସେଲ ୬ ସିରିଜ୍ ସ୍ମାର୍ଟଫୋନ୍ ଲଞ୍ଚ ହେବା ପରଠାରୁ ଏହାର ନୂତନ ଡିଜାଇନ୍ ଏବଂ ଏହାର ସ୍ପେସିଫିକେସନ ପାଇଁ ଖୁବ ଚର୍ଚ୍ଚାରେ ରହିଥିଲା । କିନ୍ତୁ ବର୍ତ୍ତମାନ ୟୁଜର୍ସ ମାନେ ଏହି ସ୍ମାର୍ଟଫୋନକୁ ନେଇ ଅନେକ ଅଭିଯୋଗ କରୁଛନ୍ତି । ରିପୋର୍ଟ ଅନୁଯାୟୀ,ବର୍ତ୍ତମାନର ସମସ୍ୟାକୁ ନେଇ ଯଦି କହିବା ତେବେ ଏହି ସ୍ମାଟଫୋନ୍ ରେ ଆପେ ଆପେ କଲ୍ ଲାଗି ଯାଉଥିବା କୁହାଯାଉଛି । ଫୋନ୍ ସହିତ କିଛି ନ କରି ମଧ୍ୟ ଆପେ ଆପେ କଲ୍ କନେକ୍ଟ ହୋଇଯାଉଛି । ବିଶେଷ କରି ୟୁଜର୍ସ ମାନେ ଶୋଇବା ପରେ ଏହି ତ୍ରୁଟି ଦେଖାଯାଉଛି ।

ବାସ୍ତବରେ, ଲୋକପ୍ରିୟ ଫୋରମ୍ Reddit ର ଅନେକ ଉପଭୋକ୍ତା ଅଭିଯୋଗ କରିଛନ୍ତି ଯେ ସେମାନଙ୍କର ପିକ୍ସେଲ ୬ ଏବଂ ପିକ୍ସେଲ ୬ ପ୍ରୋ ସ୍ମାର୍ଟଫୋନ୍ ଗୁଡିକ ମନଇଚ୍ଛା କନେକ୍ଟକୁ ଫୋନ୍ କଲ କରୁଛନ୍ତି। କିଛି ଲୋକ ଦାବି କରିଛନ୍ତି ଯେ ଗୁଗୁଲ ଆସିଣ୍ଟାଣ୍ଟ ବୋଧହୁଏ ବ୍ୟାକଗ୍ରାଉଣ୍ଡ ନଏସ୍ କୁ କମାଣ୍ଡ ଭାବି ଫୋନ୍ କରୁଛନ୍ତି । ତେବେ ଫୋନ୍ କୁ ନେଇ ଏଭଳି ଅଭିଯୋଗ ହେଉଥିଲେ ମଧ୍ୟ ଗୁଗୁଲ୍ ପକ୍ଷରୁ ଏନେଇ କିଛି କୁହାଯାଇନାହିଁ ।

ଡ଼ିସପ୍ଲେ ଏବଂ ଡିଜାଇନ୍

ସ୍ପେସିଫିକେସନ୍ କଥା ଯଦି କହିବା ତେବେ ଗୁଗୁଲ Pixel 6 ଓ Pixel 6 Pro ରେ ପଞ୍ଚ ହୋଲ୍ ଡିଜାଇନ୍ ଓ ପତଳା ବେଜଲ୍ସ ସହିତ ଆଲୁମିନିୟମ୍ ଫ୍ରେମ ଦିଆଯାଇଛି । ଏହାର ଡିସପ୍ଲେରେ ଫିଙ୍ଗରପ୍ରିଣ୍ଟ ସେନ୍ସର୍ ଦେଇଛି । ଗୁଗୁଲ ପିକ୍ସଲ୍ ୬ରେ ୫୦ ଏମପି ର ପ୍ରାଇମେରୀ ସେନ୍ସର୍ ଓ ୧୨ଏମପିର ଅଲ୍ଟ୍ରା ୱାଇଡ୍ ଲେନ୍ସ ସହିତ ଡୁଆଲ୍ ରିୟର୍ କ୍ୟାମେରା ସେଟଅପ୍ ଦିଆଯାଇଛି । ସେହିପରି ୬ ପ୍ରୋ ରେ ୫୦ ଏମପି ପ୍ରାଇମେରୀ ସେନ୍ସର୍ , ୧୨ଏମପି ର ଅଲ୍ଟ୍ରା ୱାଇଡ୍ ସେନ୍ସର୍ ଓ ୪୮ଏମପିର ଟେଲିଫୋଟୋ ସେନ୍ସର୍ ଯୁକ୍ତ ଟ୍ରିପଲ୍ କ୍ୟାମେରା ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.