ଏମିତି କରନ୍ତୁ ନିବେଶ,ଖୁବ୍‌ ଶୀଘ୍ର ଆପଣ ହୋଇଯିବେ ୧୦୦ କୋଟି ଟଙ୍କାର ମାଲିକ, ଜାଣନ୍ତୁ ସିକ୍ରେଟ

ନୂଆଦିଲ୍ଳୀ : ଯଦି ଆପଣ ଟଙ୍କା ନିବେଶ କରିବାକୁ ଯୋଜନା କରୁଛନ୍ତି ତେବେ ଆପଣଙ୍କ ପାଇଁ ଏହି ଖବର ଅତ୍ୟନ୍ତ ଜରୁରୀ । ଯଦି ଆପଣ ଚାକିରି କରୁଛନ୍ତି ଓ ଅବସର ପରେ ଭଲରେ ରହିବା ପାଇଁ ଏବେଠୁ ଯୋଜନା କରନ୍ତୁ । ଅବସର ପରେ ଆପଣଙ୍କ ପାଖରେ ଏମିତି ଟଙ୍କା ହେବା ଦରକାର ଯାହାକି ଆପଣଙ୍କୁ ବାକି ଜୀବନ ସୁଖ ଶାନ୍ତିରେ ରଖିପାରିବ । ୧୦ ଲକ୍ଷ ଟଙ୍କା ନିବେଶ ଜରିଆରେ ଆପଣ ଅବସର ପରେ ୧୦୦ କୋଟି ଟଙ୍କା ଯାଏ ରୋଜଗାର କରିପାରିବେ । ଆସନ୍ତୁ ଜାଣିବା ନିବେଶ କରିବାର ଠିକ ସମୟ ଓ କେମିତି ମିଳିବ ଫାଇଦା ।

ଜାଣନ୍ତୁ କେମିତି କରିବେ ନିବେଶ :

ଯଦି ଆପଣ କମ୍ପାଉଣ୍ଡିଂ ଜରିଆରେ ୨୦ ବର୍ଷ ବୟସରେ ୧ ଲକ୍ଷ ଟଙ୍କା ନିବେଶ କରିବେ ଏହା ୨୦ % ହିସାବରେ ସଂଯୋଜିତ ହେବ । ଅର୍ଥାତ ଆପଣଙ୍କୁ ୬୫ ବର୍ଷ ବୟସ ହେଲା ବେଳକୁ ଆପଣଙ୍କ ନିବେଶ ବଢ଼ିକରି ୯୯ କୋଟି ହୋଇଯିବ । ଆପଣ ଆଶ୍ଚର୍ଯ୍ୟ ହେଉଛନ୍ତି କି, ଆସନ୍ତୁ ଆପଣଙ୍କୁ ଆହୁରି ସରଳ ଭାବେ ବୁଝାଇ ଦେଉଛୁ । ଧରନ୍ତୁ ଆପଣ ୩୦ ବର୍ଷ ବୟସରେ ୧ ଲକ୍ଷ ଟଙ୍କା ନିବେଶ କରୁଛନ୍ତି ଓ ଏହା ୧୫ % ହିସାବରେ ସଂଯୋଜିତ ହେଉଛି ।

ଯେତେବେଳେ ଆପଣ ୬୦ ବର୍ଷ ବୟସରେ ପହଞ୍ଚିବେ ଆପଣଙ୍କ ନିବେଶ ବହୁ ଗୁଣା ବଢ଼ିକରି କୋଟିରେ ହୋଇଯିବ । ବାସ୍ତବରେ ଏମିତି କରିବା ପାଇଁ ଆପଣଙ୍କୁ ବିତ୍ତୀୟ ବିଶେଷଜ୍ଞ ହେବା ଆବଶ୍ୟକ ନାହିଁ । କେହି ବି ନିଜର ଲାଭ ପାଇଁ ଚକ୍ରବୃଦ୍ଧି ପାଓ୍ଵାର କା ଉପଯୋଗ କରି ପାରିବେ । ଏଥିପାଇଁ ତାଙ୍କ ପାଖରେ ପୁର୍ଣ୍ଣ ଅର୍ଥନୈତିକ ସ୍ୱାଧୀନତା ହେବ ।

କମ୍ପାନୀର ସେୟାରରେ ଲଗାଇ ପାରିବେ ଏହି ଟଙ୍କା :

ଧରି ନିଅନ୍ତୁ ଆପଣଙ୍କ ପିତା ୨୦୦୧ ରେ ଆୟଶର ମୋଟର୍ସରେ ୧ ଲକ୍ଷ ଟଙ୍କା ନିବେଶ କରିଥିଲେ । ଆପଣ ଜାଣନ୍ତି କି ଆଜି ଏହାର ମୂଲ୍ୟ କେତେ ହେବ । ଆଜି ଏହା ୧,୪୫,୧୯,୨୭୪ ଟଙ୍କା ହେବ । ଧରି ନିଅନ୍ତୁ ଆପଣଙ୍କ ପିତା ୧୯୮୦ ରେ ଓ୍ଵିପ୍ରୋ ସେୟାରରେ ୧୦ ହଜାର ଟଙ୍କା ନିବେଶ କରିଥିଲେ । ଆଜି ଏହାର ମୂଲ୍ୟ କେତେ ହେବ ଅନୁମାନ କରିପାରିବେ । ଏହା ୪୧% ବାର୍ଷିକ ଚକ୍ରବୃଦ୍ଧି ହିସାବରେ ୮୦୧ କୋଟି ଟଙ୍କା ହେବ । ଗତ ୧୦ ବର୍ଷରେ ୧୦୦ ରୁ ଅଧିକ କମ୍ପାନି ମତ ଦେଇଛନ୍ତି ଯେ ଯେଉଁ ବ୍ୟକ୍ତି ଲଗାତାର ୧୫ % ରୁ ନେଇକରି ୫୦ % ପର୍ଯ୍ୟନ୍ତ ଲାଭ ପାଉଛନ୍ତି ଏପରି କମ୍ପାନିରେ ଏହା ନିବେଶ କରାଯାଇ ପାରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.