ରଖେ ହରି ତ ମାରେ କିଏ, ଦଶ ଚକିଆ ଟ୍ରକ ଚକା ତଳେ ପଡି ଅଳ୍ପକେ ବର୍ତ୍ତିଗଲେ ଛାତ୍ରୀ

କୁଚିଣ୍ଡା(କେନ୍ୟୁଜ୍): ଏକ ବଡ ଦୁର୍ଘଟଣାରୁ ଜଣେ ଛାତ୍ରୀଙ୍କ ଜୀବନ ବଞ୍ଚିଯାଇଛି।ଏପରି ଛାତିଥରା ଦୃଶ୍ଯ ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲା କୁଚିଣ୍ଡା ୪୯ ନମ୍ବର ଜାତୀୟ ରାଜପଥ ବାଇପାସ ରୋଡ ଲାଡ ଛକ ଠାରେ। ବକ୍ସମା ପଞ୍ଚାୟତ ଅଞ୍ଚଳର ଜଣେ ଛାତ୍ରୀ କଲେଜରେ ପାଠ ପଢା ସାରି ସାଙ୍ଗ ସହିତ ସାଇକେଲରେ ଘରକୁ ଫେରୁଥିଲେ। ଏହି ସମୟରେ ଏକ ଦଶଚକିଆ ଟ୍ରକ ଲାଡ ଛକର ବୁଳାଣିରେ କୁଚିଣ୍ଡା ପଟକୁ ଯାଉଥିବାବେଳେ ଛାତ୍ରୀ ଜଣକ ଟ୍ରକର ପଛ ଚକା ତଳେ ପଡିଯାଇଥିଲେ।

accident 2

ଟ୍ରକଟି ସାଇକେଲ ଉପରେ ଚଢିଯାଇଥିବା ବେଳେ ଛାତ୍ରୀ ଜଣକ ଅଳ୍ପକେ ବର୍ତ୍ତି ଯାଇଛନ୍ତି।   ଦୁର୍ଘଟଣାରେ ସାଇକେଲଟି ସମ୍ପୂର୍ଣ୍ଣ ଚୁରମାର ହୋଇଯାଇଛି।ଛାତ୍ରୀଙ୍କୁ  ଆହତ ଅବସ୍ଥାରେ ଆମ୍ବୁଲାନ୍ସ ଯୋଗେ କୁଚିଣ୍ଡା ଡାକ୍ତରଖାନାକୁ ଆଣି ଚିକିତ୍ସା କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.