ରାଜ୍ୟସ୍ତରୀୟ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍‌ସ ଅଥରିଟି ଦ୍ୱାରା ୧୮୭୨.୧୧ କୋଟି ଟଙ୍କାର ୮ଟି ଶିଳ୍ପ ପ୍ରକଳ୍ପର ଅନୁମୋଦନ

କେନ୍ୟୁଜ୍(ବ୍ୟୁରୋ): ରାଜ୍ୟସ୍ତରୀୟ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍‌ସ ଅଥରିଟି ଦ୍ୱାରା ୪ଟି ଇଥାନଲ୍‌ ପ୍ଲାଣ୍ଟ ସହିତ ୧୮୭୨.୧୧ କୋଟି ଟଙ୍କା ମୂଲ୍ୟର ୮ଟି ଶିଳ୍ପ ପ୍ରକଳ୍ପର ଅନୁମୋଦନ। ଏଥିରେ ୩ ହଜାର ୪୬୧ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଯାଜପୁର କଳିଙ୍ଗନଗରରେ ଜିନ୍ଦଲ କୋକ୍‌ ଏବଂ ପେଟ୍ରୋଲିଅମ ଉତ୍ପାଦ କାରଖାନାର ସମ୍ପ୍ରସାରଣକୁ ଅନୁମୋଦନ ମିଳିଛି। ନିବେଶ ହେବ ୪୭୦ କୋଟି ଟଙ୍କା। ସେହିପରି କଳିଙ୍ଗନଗରଠାରେ ଶ୍ୟାମ ମେଟାଲିକ୍‌ସ ଏବଂ ଏନର୍ଜି ଲିମିଟେଡ୍‌ର ଫେରୋ ଏଲୟ ପ୍ଲାଣ୍ଟ, ସିପିସି ଏବଂ ରେଳବାଇ ସାଇଡିଂ ସ୍ଥାପନ ପାଇଁ ଅନୁମତି ମିଳିଛି। ନିବେଶ ହେବ ୩୨୮ କୋଟି ଟଙ୍କା।

ସେହିପରି କେନ୍ଦୁଝରର ରୋଏଡା-୨ ଖଣିରୁ ବାରବାଲି ପର୍ଯ୍ୟନ୍ତ ୯ କିଲୋମିଟର ଲମ୍ବା ଆଇରନ୍‌ ଓର ପାଇପ୍‌ ପରିବାହୀ ନିର୍ମାଣ କରିବ ଜି.ଭି. ମାଇନ୍‌ସ ମିନେରାଲ୍‌ସ୍‌ ଏବଂ ମେଟାଲ୍‌ ପ୍ରାଇଭେଟ ଲିମିଟେଡ। ନିବେଶ ହେବ ୧୦୪.୪୮ କୋଟି ଟଙ୍କା। ସେହିପରି ବରଗଡ ଜିଲ୍ଲାର ଭେଡେନ ବ୍ଲକରେ ୨୫୦ କୋଟି ଟଙ୍କା ବିନିଯୋଗରେ ଗ୍ରୀନଟେକ ବାୟୋ ଏନର୍ଜୀ ଦ୍ୱାରା ଇଥାନଲ୍‌ ଓ ଅଙ୍ଗାରକାମ୍ଳ ଉତ୍ପାଦନକାରୀ ପ୍ଲାଣ୍ଟ ପ୍ରତିଷ୍ଠା ହେବ। ସୋନପୁର ବିନିକାଠାରେ ବାୟୋ ଏଗ୍ରୋ ଏନର୍ଜି ପ୍ରାଇଭେଟ ଦ୍ୱାରା ଇଥାନଲ ଉତ୍ପାଦନକାରୀ ପ୍ଲାଣ୍ଟ ପ୍ରତିଷ୍ଠା କରିବ। ନିବେଶ ହେବ ୨୨୮.୫୫ କୋଟି ଟଙ୍କା। ଇଣ୍ଡିଆନ୍‌ ପୋଟାଶ ଲିମିଟେଡ୍‌ ଦ୍ୱାରା ୨୧୯ କୋଟି ଟଙ୍କା ପୁଞ୍ଜି ନିବେଶରେ ଶସ୍ୟ ଭିତ୍ତିକ ଇଥାନଲ୍‌ ପ୍ଲାଣ୍ଟ ଏବଂ ସହ-ଉତ୍ପାଦନକାରୀ ବିଦ୍ୟୁ ଉତ୍ପାଦନ କେନ୍ଦ୍ର କଳାହାଣ୍ଡିର ଜୁନାଗଡଠାରେ ସ୍ଥାପିତ ହେବ।

Leave A Reply

Your email address will not be published.