ଖଣି ଖାଦାନର ହେବ ଅଡିଟ, ସରକାରଙ୍କୁ ଲାଭ ଦେଉଛନ୍ତି କି ନାହିଁ ତାର ହେବ ହିସାବ: ସିଏଜି ଗିରୀଶ ଚନ୍ଦ୍ର ମୁର୍ମୁ

କେନ୍ୟୁଜ୍(ବ୍ୟୁରୋ):  ପ୍ରାକୃତିକ ସମ୍ପଦ ଏବଂ ଲୋକାଲ ବଡିର ହେବ ଅଡିଟ। ସିଏଜି ଏହାର ଅଡିଟ କରିବ ବୋଲି କହିଛନ୍ତି ସିଏଜି ଗିରୀଶ ଚନ୍ଦ୍ର ମୁର୍ମୁ। ଖଣିଗୁଡ଼ିକରେ କେତେ ମୂଲ୍ୟର ପ୍ରାକୃତିକ ସମ୍ପଦ ରହିଛି, ଉତ୍ତୋଳନ ଲାଗି କେତେ ଟଙ୍କା ଖର୍ଚ୍ଚ ହେଉଛି ଏହାର ହିସାବ ହେବ। ଖଣିଗୁଡ଼ିକ ସରକାରଙ୍କୁ ଲାଭ ଦେଉଛନ୍ତି କି ନାହିଁ ତାର ମଧ୍ୟ ହିସାବନିକାଶ ହେବ। ଏହାସହ ଲୋକାଲ ବଡିର ମଧ୍ୟ ଅଡିଟ କରାଯିବ ବୋଲି ସେ ସୂଚନା ଦେଇଛନ୍ତି। ବର୍ତ୍ତମାନ ରାଜ୍ୟଗୁଡ଼ିକ ଦ୍ୱାରା ଲୋକାଲ ବଡିର ଅଡିଟ ହେଉଛି। ଅଡିଟରେ ସିଏଜି ସମସ୍ତ ପ୍ରକାର ସାହାଯ୍ୟ କରିବ। ଏହାଦ୍ୱାରା ଲୋକାଲ ବଡିର ରିଅଲ ଟାଇମ ଅଡିଟ ସମ୍ଭବ ହୋଇପାରିବ। ବିଭିନ୍ନ ଯୋଜନାରେ କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ କୋଟି କୋଟି ଟଙ୍କା ଆବଣ୍ଟନ କରୁଛନ୍ତି। ଏହି ଅର୍ଥ କିଭଳି ଖର୍ଚ୍ଚ ହେଉଛି ତାର ହିସାବ ହେବ। ଏହାସହ ଏଥିରେ ରହୁଥିବା ତ୍ରୁଟିକୁ ଠାବ କରି ତାର ସୁଧାର ଲାଗି ସୁପାରିଶ କରିବ ସିଏଜି।

cag2

ଭୁବନେଶ୍ୱର ଗସ୍ତରେ ଆସି ପ୍ରିନ୍ସିପାଲ ଆକାଉଣ୍ଟାଣ୍ଟ ଜେନେରାଲଙ୍କ ନୂଆ କାର୍ଯ୍ୟାଳୟ ଉଦ୍‌ଘାଟନ କରିଛନ୍ତି ସିଏଜି ଗିରୀଶ ଚନ୍ଦ୍ର ମୁର୍ମୁ। କେଶରୀ ନଗରରେ ନୂଆ ଅଫିସ ୧.୧ ଏକର ଜମି ଉପରେ ନିର୍ମିତ ହୋଇଛି। ପ୍ରାୟ ୪୦ ହଜାର ବର୍ଗ ଫୁଟର ନୂଆ ସେମି ଗ୍ରୀନ ଅଫିସ ବିଲ୍ଡିଂ ରହିଛି। ଏହାର ନିର୍ମାଣ ଲାଗି ଖର୍ଚ୍ଚ ହୋଇଛି ୨୭ କୋଟି ୨୬ ଲକ୍ଷ ଟଙ୍କା। ଏହି ଅଫିସରେ ପ୍ରିନ୍ସିପାଲ ଏଜି କାର୍ଯ୍ୟାଳୟର ଅଡିଟ-୨ ଅଫିସ ରହିବ। ଆଗାମୀ ଦିନରେ ୪୩ ରାଷ୍ଟ୍ରର ଅଡିଟ ସଂସ୍ଥାକୁ ନେଇ ଗଠିତ ଏସିଆନ କଣ୍ଟ୍ରି ବୈଠକ ଭୁବନେଶ୍ୱର ଏଜି ଅଫିସରେ କରିବାକୁ ବିଚାର କରାଯାଉଛି ବୋଲି କହିଛନ୍ତି ସିଏଜି ଗିରୀଶ ଚନ୍ଦ୍ର ମୁର୍ମୁ।

ପ୍ରଥମ ଥର ପାଇଁ ଅଡିଟ ଦିବସ ପାଳନ କରାଯାଉଥିବା ବେଳେ ପ୍ରଧାନ ମହାଲେଖାକାରଙ୍କ ନୂଆ କୋଠା ଉଦ୍‌ଘାଟିତ ହୋଇଛି। କରୋନା କାଳରେ ସାମାଜିକ ଦୂରତା ରଖି ଏଠାରେ ସୁରୁଖୁରୁରେ କାର୍ଯ୍ୟ କରିବାକୁ ପରିବେଶ ରହିଛି। ରାଜ୍ୟ ସରକାରଙ୍କ ସହଯୋଗରେ ଖୁବ କମ ସମୟ ମଧ୍ୟରେ କୋଠାର ନିର୍ମାଣ ହୋଇଥିବାରୁ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ସିଏଜି ଗିରୀଶ ମୁର୍ମୁ।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.