ପଦ୍ମଶ୍ରୀ ନନ୍ଦ ସାରଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର, ଭୁବନେଶ୍ୱରର ଘରୋଇ ହସ୍ପିଟାଲକୁ ହେଲେ ସ୍ଥାନାନ୍ତର

ଯାଜପୁର ରୋଡ (କେନ୍ୟୁଜ୍): ପଦ୍ମଶ୍ରୀ ନନ୍ଦ କିଶୋର ପୃଷ୍ଟି ବା ନନ୍ଦ ସାର କରୋନା ଆକ୍ରାନ୍ତ ହେବା ଘଟଣା। ଟାଟା ମେଡିକା କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସମୟରେ ଆଜି ତାଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଆଜି ସନ୍ଧ୍ୟାରେ ଭୁବନେଶ୍ଵର ସ୍ଥିତ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ପଦ୍ମଶ୍ରୀ ନନ୍ଦ କିଶୋର ପୃଷ୍ଟିଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ଦୃଷ୍ଟିରେ ରଖି ଅଧିକା ଚିକିତ୍ସା ପାଇଁ ଭୁବନେଶ୍ଵର ସ୍ଥିତ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରିଛି ଯାଜପୁର ଜିଲା ପ୍ରଶାସନ।  ଆଜି ସନ୍ଧ୍ୟାରେ ଯାଜପୁର ସିଡିଏମଓଙ୍କ ଉପସ୍ଥିତରେ ଏକ ଅଭିଜ୍ଞ ଡାକ୍ତରୀ ଟିମ୍‌ ଗଠନ କରାଯାଇ ନନ୍ଦ ସାରଙ୍କୁ ଅଧିକ ଚିକିତ୍ସା ପାଇଁ ଭୁବନେଶ୍‌ର ସ୍ଥିତ ଘରୋଇ ହସ୍ପିଟାଲକୁ ପଠାଯାଇଥିବା ସୂଚନା ଦେଇଛନ୍ତି ଟାଟା ମେଡିକା ହସ୍ପିଟାଲ ସୁପରିଟେଣ୍ଡେଣ୍ଟ ଡାକ୍ତର ସୁଧାଂଶୁ ଶେଖର ସୁତାର।

ଗତ ନଭେମ୍ବର ୨୯ ତାରିଖରେ  ନନ୍ଦ ସାରଙ୍କୁ  କଳିଙ୍ଗନଗର ଡୁବୁରୀ ସ୍ଥିତ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା। କିଛି ଦିନ ହେବ ପଦ୍ମଶ୍ରୀ ନନ୍ଦ ସାର  ଜ୍ୱରରେ ପୀଡିତ ଥିଲେ । ପରେ ଅବସ୍ଥା ସଂକଟାପର୍ଣ୍ଣ ଥିବା ଡାକ୍ତର ସୂଚନା ଦେଇଥିଲେ।

ତେବେ ସ୍ବାସ୍ଥ୍ୟ ଅବସ୍ଥା ଅଧିକ ଖରାପ ହେବାରୁ ତାଙ୍କୁ ଗତ ସୋମବାରଦିନ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି  କରାଯାଇଥିଲା। ନନ୍ଦ ସାରଙ୍କୁ  ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି ନନ୍ଦ ସାରଙ୍କ ସ୍ବାସ୍ଥ୍ୟ ଅବସ୍ଥା ସେତେଟା ଭଲ ନାହିଁ । ପରେ ତାଙ୍କୁ ଟାଟା ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ଆଉ ଏବେ ଟାଟା ହସ୍ପିଟାଲରୁ ସିଧା ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି

Leave A Reply

Your email address will not be published.