ବଳଶାଳୀ ହୋଇପାରିଲାନି ବାତ୍ୟା ଜଓ୍ଵାଦ୍‌, ସନ୍ଧ୍ୟାରେ ଗଭୀର ଅବପାତରେ ହେଲା ପରିଣତ

କେନ୍ୟୁଜ୍(ବ୍ୟୁରୋ): ସମୁଦ୍ରରେ ସାଇକ୍ଲୋନ୍‌ । ସ୍ଥଳଭାଗ ଛୁଇଁବା ବେଳେ ଡିପ୍‌ ଡିପ୍ରେସନ୍‌ । ଦୁର୍ବଳ ପଡୁଛି ବାତ୍ୟା ଜଓ୍ଵାଦ୍‌ । ଆଜି ସନ୍ଧ୍ୟାରେ ଗଭୀର ଅବପାତରେ ପରିଣତ ହୋଇଛି । ଗୋପାଳପୁରଠାରୁ ୨୬୦ କିଲୋମିଟର ଦୂରରେ ରହିଛି। ସେହିପରି ପୁରୀଠାରୁ ୩୩୦ ଓ ପାରାଦୀପଠାରୁ ୪୨୦ କିଲୋମିଟର ଦୂରରେ ରହିଛି ଡିପ୍‌ ଡିପ୍ରେସନ୍‌ । ଯେତିକି ଆଗକୁ ବଢୁଛି ସେତିକି ଦୁର୍ବଳ ପଡୁଛି । କାଲି ସକାଳେ ଡିପ୍ରେସନରେ ପରିଣତ ହେବ ।

jawad3

ଉତ୍ତର-ଉତ୍ତର ପୂର୍ବ ଦିଗରେ ଗତି କରି କାଲି ମଧ୍ୟାହ୍ମରେ ପୁରୀ ଉପକୂଳ ନିକଟବର୍ତ୍ତୀ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି । ତାପରେ ଗଭୀର ଅବପାତ ପଶ୍ଚିମବଙ୍ଗ ମୁହାଁ ହେବ । ପରବର୍ତ୍ତୀ ୨୪ ଘଣ୍ଟାରେ ଅଧିକ ଦୁର୍ବଳ ହୋଇ େଓ୍ଵଲ ମାର୍କଡ ଲୋ ପ୍ରେସରରେ ପରିଣତ ହେବ ଅବପାତ । ପୁରୀ ଉପକୂଳରେ ସ୍ଥଳଭାଗ ଅତିକ୍ରମ ବେଳେ ପବନର ବେଗ ୪୦-୫୦ କିଲୋମିଟର ରହିପାରେ । ସ୍ଥଳ ଭାଗରେ ପଶି ସମୁଦ୍ରକୁ ପଳାଇବ । ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ଓଡ଼ିଶା ଅତିକ୍ରମ କରିବ । ରାତି ସୁଦ୍ଧା କମିବ ପ୍ରଭାବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.