ବିକି କୌଣଲ ଏବଂ କ୍ୟାଟ୍ରିନା ଡିସେମ୍ବର ୯ ରେ ସାତ ଜନ୍ମର ସାଥି ହେବାକୁୁ ଯାଉଛନ୍ତି। ସେମାନଙ୍କ ବିବାହ ସମ୍ବନ୍ଧୀୟ ଖବର ସବୁଆଡେ ଏବେ ସାମ୍ନାକୁ ଆସୁଛି। ସବୁବେଳେ କିଛି ନା କିଛି କାରଣ ପାଇଁ ଚର୍ଚ୍ଚାର ପରିସରକୁ ଆସୁଛି ବିକି –କ୍ୟାଟ୍ରିନାଙ୍କ ବିବାହ। କିନ୍ତୁ ଦୁହେଁ ଏପର୍ଯ୍ୟନ୍ତ ନିଜ ରିଲେସନସିପର ଖବର ଉପରେ କୌଣସି ପ୍ରତିକ୍ରିୟା ପ୍ରକାଶ କରିନାହାଁନ୍ତି କିନ୍ତୁ କୁହାଯାଉଛି ଯେ ଗତ ଦୁଇ ବର୍ଷ ଧରି ଉଭୟ ପରସ୍ପରକୁ ଡେଟ୍ କରୁଛନ୍ତି।
ତେବେ ଏହାରି ମଧ୍ୟରେ କ୍ୟାଟ୍ରିନାଙ୍କ ଏକ ପୁରୁଣା ଇଣ୍ଟରଭ୍ୟୁ ଖୁବ୍ ଭାଇରାଲ ହେଉଛି ଯେଉଁଥିରେ ସେ ବିବାହକୁ ନେଇ ନିଜର ଭାବନା ସେୟାର କରିଛନ୍ତି। କ୍ୟାଟ୍ରିନା ଏହି ଭିଡିଓରେ କହିଛନ୍ତି ଯେ, ଯଦି ସେ କେବେ ଅନୁଭବ କରନ୍ତି ଯେ ବିବାହକୁ ଗୁରୁତ୍ୱ ଦେବା ଅଧିକ ଗୁରୁତ୍ୱପୂର୍ଣ୍ଣ, ତେବେ ସେ ଫିଲ୍ମ କରିବା ବନ୍ଦ କରିଦେବେ । ତେବେ ସେ ଏହା ମଧ୍ୟ କହିଛନ୍ତି ଯଦି ତାଙ୍କ ପାର୍ଟନର୍ କିମ୍ବା ତାଙ୍କ ପରିବାର ତାଙ୍କୁ କାମ କରିବାକୁ ଅଟକାନ୍ତି ସେ ଆଦୌ ଏହାକୁ ପସନ୍ଦ କରିବେନି। ଯେତେବେଳେ ସେ ହୃଦୟରୁ ଅନୁଭବ କରିବେ ସେତେବେଳେ ଏହା କରିବେ।
କ୍ୟାଟ୍ରିନା ଆହୁରି କହିଛନ୍ତି, ସେ ବିବାହ ଏକ ବହୁତ ସୁନ୍ଦର ଅନୁଭବ ଆଉ ସେ ବିବାହକୁ ବହୁତ ବିଶ୍ୱାସ କରନ୍ତି। ସେ ପରିବାର ଏବଂ ଘରକୁ ବହୁତ ଭଲ ପାଆନ୍ତି। ଯଦି ତାଙ୍କ ଜୀବନରେ ପ୍ରେମ ଆସେ ତେବେ ଏହାର ଅର୍ଥ ଭାଗ୍ୟରେ ଲେଖା ହୋଇଛି ।
ତେବେ ବିବାହର ପ୍ରସ୍ତୁତି କଥା କହିବା ତାହେଲେ ବିକି ଏବଂ କ୍ୟାଟ୍ରିନା ମୁମ୍ବାଇରେ ଏକ ଗ୍ରାଣ୍ଡ ରିସେପସନ୍ ଦେବା ପାଇଁ ପ୍ରସ୍ତୁତି କରୁଛନ୍ତି। ବିକ୍କି ଏବଂ କ୍ୟାଟ୍ରିନା ରାଜସ୍ଥାନର ସଓ୍ଵାଇ ମାଧୋପୁରର ଚୌଥ ବରଓ୍ଵାଡା ସ୍ଥିତ ସିକ୍ସ-ସେନ୍ସ ଫୋର୍ଟ ହୋଟେଲରେ ବିବାହ କରିବେ। ଦୁହିଁଙ୍କ ବିବାହରେ ବରୁନ ଧଓ୍ଵନ, ରୋହିତ ସେଟ୍ଟୀ, କରନ ଜୋହର, ଅଲ୍ଲୀ ଆବାସ ଜଫର, କବୀର ଖାନ, ମିନି ମାଥୁର, ସିଦ୍ଧାର୍ଥ ମଲହୋତ୍ରା, କିଆରା ଆଡଭାନୀ ଏବଂ ନତାଶା ଦଲାଲ ପ୍ରମୁଖ ସେଲିବ୍ରିଟି ଭାବେ ସାମିଲ ରହିଛନ୍ତି।ସଓ୍ଵାଇ ମାଧୋପୁରର ଚୌଥ ବରଓ୍ଵାଡାସ୍ଥିତ ସିକ୍ସ ସେନ୍ସ ଫୋର୍ଟ ହୋଟେଲରେ ବିବାହର ସମସ୍ତ ଉତ୍ସବ ୭ରୁ ୧୨ ଡିସେମ୍ବର ମଧ୍ୟରେ ଆୟୋଜନ ହେବ। ବିବାହର ମୁଖ୍ୟ କାର୍ଯ୍ୟକ୍ରମ ଜନାନା ମହଲରେ ହେବ। ବିବାହ ସମାରୋହରେ ସୁରକ୍ଷାର ସମ୍ପୂର୍ଣ୍ଣ ଦାୟିତ୍ୱ ବ୍ୟକ୍ତିଗତ ସୁରକ୍ଷା ଗାର୍ଡ ସମ୍ଭାଳିବେ।