ଓଡ଼ିଶା ଉପକୂଳ ଦେଇ ଅତିକ୍ରମ କରୁଛି ଜଓ୍ୱାଦ, ଘଣ୍ଟାପ୍ରତି ୧୮କିମି ବେଗରେ ଗତି କରୁଛି

କେନ୍ୟୁଜ୍(ବ୍ୟୁରୋ): ଓଡ଼ିଶା ଉପକୂଳ ପାଖ ଦେଇ ଅତିକ୍ରମ କରୁଛି ତୀବ୍ର ଅବପାତ। ଜୱାଦର ଅବଶେଷ ଉତ୍ତର ପଶ୍ଚିମ ଓ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ରହିଛି । ଉତ୍ତର -ଉତ୍ତର ପୂର୍ବ ଦିଗରେ କ୍ରମଶଃ ଏହା ଗତି କରୁଛି। ଏହା ଦୁର୍ବଳ ହୋଇ ସଂଧ୍ୟାରେ ଅବପାତରେ ପରିଣତ ହେବ। ଗୋପାଳପୁରଠାରୁ ଏହା ଦୂରେଇ ଯାଉଛି। ପୁରୀ ଠାରୁ ୭୦ କିଲୋମିଟର ଦୂର ଦକ୍ଷିଣ-ଦକ୍ଷିଣ ପଶ୍ଚିମ ଦିଗରେ ରହିଛି ତୀବ୍ର ଅବପାତ।

ଗତ ୬ଘଣ୍ଟା ଧରି ଏହା ଘଣ୍ଟାପ୍ରତି ୧୮କିମି ବେଗରେ ଗତି କରୁଛି। ଏହା ଉତ୍ତର-ଉତ୍ତର ପୂର୍ବ ଦିଗରେ ଗତି ଆଗାମୀ ୩ ଘଣ୍ଟାରେ ଅବପାତରେ ପରିଣତ ହେବ। ପରେ ଏହା ସୁଦୃଶ୍ୟ ଲଘୁଚାପରେ ପରିଣତ ହୋଇ ପଶ୍ଚିମବଙ୍ଗ ଉପକୂଳ ମୁହାଁଇବ। ଡିପ୍‌ ଡିପ୍ରେସନ ପ୍ରଭାବରେ ଆସନ୍ତାକାଲି ସକାଳ ୮ଟା ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ୯ଟି ଜିଲ୍ଲା ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ୫ଟି ଜିଲ୍ଲାକୁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ । ..

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.