Below header

ଇଞ୍ଜିିନିୟରିଂ ଛାତ୍ର କଲେ କମାଲ, ତିଆରି କଲେ ସବୁଠୁ ଶସ୍ତା ଇଲେକଟ୍ରିକ କାର :ମଧ୍ୟପ୍ରଦେଶ

ବର୍ତ୍ତମାନ ସମୟରେ ତେଲ ଦର ବୃଦ୍ଧିକୁ ନେଇ ଇଲେକଟ୍ରିକ କାରକୁ ଭଲ ବିକଳ୍ପ ରୂପେ ମନାଯାଉଛି। ଏବେ ଆପଣ କେଉଁଠି ନା କେଉଁଠି ଇଲେକଟ୍ରିକ ବାହନକୁ ନେଇ ପ୍ରତିଦିନ ଖବର ଶୁଣୁଥିବେ। କିନ୍ତୁ ଏ ଖବର ଟିକେ ରହିଛି ଅଲଗା। ଏହି ଖବରରେ କୌଣସି କମ୍ପାନି ନୁହେଁ ବରଂ ଜଣେ ଛାତ୍ର ନିଜ ପାଇଁ ତିଆରି କରିଛନ୍ତି ଇଲେକଟ୍ରିକ କାର। ସେ ବି ପୁଣି ଖୁବ ଶସ୍ତା।

ମଧ୍ୟପ୍ରଦେଶର ସାଗର ସହରର ଏହି ଘଟଣା । ଯାହା ଏବେ ସାମ୍ନାକୁ ଆସିଛି। ଯେଉଁଠି ଜଣେ କଲେଜ ଷ୍ଟୁଡେଣ୍ଟ ନିଜର ଏକ ଇଲେକଟ୍ରିକ କାର ତିଆରି କରି ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ଯାହା ଥରେ ଚାର୍ଜ କଲେ ୧୮୫ କିିଲୋମିଟର ପର୍ଯ୍ୟନ୍ତ ଯିବ। ପେଟ୍ରୋଲ – ଡିଜେଲ ପାଇଁ ଏହା ଏକ ଭଲ ବିକଳ୍ପ ହୋଇପାରିବ।

ସାଗର ଅଞ୍ଚଳର ହିଂମାଶୁ ଭାଇ ପଟେଲ ୫ ମାସରେ ତିଆରି କଲେ ଇଲେକଟ୍ରିକ କାର। ମଧ୍ୟପ୍ରଦେଶର କଲେଜ ଅଫ ଇଞ୍ଜିନିୟରିଂର ଛାତ୍ର ହେଉଛନ୍ତି ହିଂମାଶୁ। ଏହି କାରରେ ଡ୍ରାଇଭରକୁ ମିଶାଇ ମୋଟ ୫ ଜଣ ବସିପାରିବେ। ଏହା ଥରେ ଚାର୍ଜ ହେବା ମାତ୍ରେ ୧୮୫ କିମି ପର୍ଯ୍ୟନ୍ତ ଯାଇଥାଏ। ହିଂମାଶୁଙ୍କ କହିବା ଅନୁଯାୟୀ, ଏହି କାର ଘଣ୍ଟା ପ୍ରତି ୫୦ କିମି ବେଗରେ ଯାଇପାରିବ। ସବୁଠୁ ବଡ଼ କଥା ହେଉଛି ଏହାକୁ ଫୁଲ ଚାର୍ଜ କରିବା ପାଇଁ ମାତ୍ର ୩୦ ଟଙ୍କା ଖର୍ଚ୍ଚ କରିବାକୁ ହେବ। ୪ ଘଣ୍ଟାରେ ଏହି କାର ଫୁଲ ଚାର୍ଜ ହୋଇଯାଇଥାଏ । ରିମୋଟ କଣ୍ଟ୍ରୋଲ ଆଧାରିତ ଏହି କାରକୁ ଷ୍ଟାର୍ଟ-ଷ୍ଟପ କରିପାରିବେ। ଏଥିରେ ରିଭର୍ସ ମୋଡ ବି ରହିଛି। ଏହାର ଅନ୍ୟ ଫିଚର୍ସକୁ ଦେଖିଲେ ଜଣାପଡେ ଯେ ଏଥିରେ ଇଲେକଟ୍ରିକ ସ୍ପିଡ ମିଟର, ବ୍ୟାଟେରୀ ପାଓ୍ଵାର ମିଟର, ଫାଷ୍ଟ ଚାର୍ଜର, ଇଲେକଟ୍ରିକାଲ ସେଫ୍ଟି ପାଇଁ ଫ୍ୟୁଜ ସିଷ୍ଟମ ଏବଂ ଆଣ୍ଟି ଥେଫ୍ଟ ଆଲାର୍ମ ରହିଛି।

ଏହା ଦେଖିବାକୁ ପ୍ରାୟତଃ SUV , Mahindra Thar ଭଳି ହୋଇଛି। ଏହା ଚର୍ଚ୍ଚା ହେବାର କାରଣ ଏହା ଖୁବ ଶସ୍ତାରେ ତିଆରି ହୋଇଛି। ଏହାକୁ ତିଆରି କରିବା ପାଇଁ ମୋଟ ୨ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.