ଆଇଫୋନ୍‌ ଧରିବା ସ୍ୱପ୍ନ ହେବ ପୂରଣ, କିଣନ୍ତୁ ମାତ୍ର ୩୯,୯୪୯ ଟଙ୍କାରେ iPhone 12

କଣ ଆପଣଙ୍କର ଆଇଫୋନ ଧରିବାକୁ ଇଚ୍ଛା ହେଉଛି କି, ତେବେ ଆପଣଙ୍କ ଏହି ସ୍ୱପ୍ନ ପୂରଣ ହେବାକୁ ଯାଉଛି। କାହିଁକିନା ବେଶି ଦାମ୍‌ ହୋଇଥିବା କାରଣରୁ ଇଚ୍ଛା ଥିଲେ ବି ଏହି ଫୋନକୁ କିଣିପାରିନଥାନ୍ତି ଲୋକେ। କିନ୍ତୁ ଏବେ ଆପଣ ଏହାକୁ ଆରାମସେ କିଣିପାରିବେ ପୁଣି ଆପଣଙ୍କ ବଜେଟ ଭିତରେ। ଫ୍ଲିପକାର୍ଟର ବିଗ୍‌ ବଚତ୍‌ ଧମାଲ ସେଲ୍‌ ସେହି ଲୋକଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ନେଇ ଆସିଛି ଯେଉଁମାନେ ଆଇଫୋନ ୧୨କୁ କିଣିବାକୁ ଚାହୁଁଛନ୍ତି।
ଫ୍ଲିପକାର୍ଟର ଏହି ସେଲରେ ଆପଣ iPhone 12 ର ୬୪ ଜିବି ଏବଂ ୧୨୮ ଜିବି ଭେରିୟଣ୍ଟ ଫୋନକୁ ପ୍ରାୟ ୧୦,୦୦୦ ଟଙ୍କା ରିହାତିରେ କିଣିପାରିବେ। କିନ୍ତୁ ଏହି ଡିଭାଇସର ୨୫୬ଜିବି ଭେରିୟଣ୍ଟ ଇ-କମର୍ସ ପ୍ଲାଟଫର୍ମରେ ଉପଲବ୍ଧ ନାହିଁ।

iPhone 12 64GB ର ଅସଲୀ ଦାମ୍‌ ଯେଉଁଠି ୬୫,୯୦୦ ଟଙ୍କା ରହିଛି, ସେଠାରେ ଏହାକୁ ପ୍ଲାଟଫର୍ମରେ ୫୫,୯୯୯ ଟଙ୍କାରେ ବିକ୍ରି କରାଯାଉଛି। ଏହିଭଳି ଭାବେ ଆଇଫୋନ୍‌ ୧୨ ୧୨୮ଜିବିର ଅସଲୀ ଦାମ୍‌ ରହିଛି ୭୦,୯୦୦ ଟଙ୍କା। ତେବେ ଫ୍ଲିପକାର୍ଟରେ ୬୧,୯୯୯ ଟଙ୍କାରେ ଆପଣ କିଣିପାରିବେ।

କିନ୍ତୁ ଏଥିରେ ବି ଆପଣଙ୍କୁ ଆହୁରି ରିହାତି ମିଳିପାରିବ କାହିଁକିନା ଗ୍ରାହକଙ୍କୁ ଆଇସିଆଇସିଆଇ ବ୍ୟାଙ୍କ, ଇଣ୍ଡସିଣ୍ଡ ବ୍ୟାଙ୍କ କିମ୍ବା ଷ୍ଟେଟ ବ୍ୟାଙ୍କର ଏମେକ୍ସ ନେଟଓ୍ଵାର୍କ କାର୍ଡରେ ୧୬,୯୯୯ ଟଙ୍କାରେ ଏକ୍ସଚେଞ୍ଜ ଅଫର କିମ୍ବା ୨୦ ପ୍ରତିଶତ ରିହାତିରେ କିଣିପାରିବେ। ତେବେ ଏକ୍ସଚେଞ୍ଜ ଅପସନରେ ଆଇଫୋନ୍‌ ୧୨ର ୬୪ଜିବି ଭେରିୟଣ୍ଟର ଦାମ୍‌ ୩୯,୯୪୯ ଟଙ୍କା ହୋଇଯିବ।

ଏହାବ୍ୟତୀତ କାନାରା ବ୍ୟାଙ୍କ କ୍ରେଡିଟ୍‌ କାର୍ଡ ଏବଂ ଡେବିଟକାର୍ଡ ଉପଯୋଗକର୍ତ୍ତାଙ୍କୁ ୧୦ ପ୍ରତିଶତ ଇନଷ୍ଟାଣ୍ଟ ରିହାତି ମିଳିପାରିବ। ଏହାବାଦ ସେମାନଙ୍କୁ ଇଏମଆଇ ପେମେଣ୍ଟ ୨,୧୧୯ ଟଙ୍କା ପ୍ରତି ମାସ ଅପସନ୍‌ ବି ଦିଆଯିବ। କିନ୍ତୁ ଏହି ସୁବିଧା କେବଳ ଜିରୋ ଡାଉନ ପେମେଣ୍ଟରେ ଉପଲବ୍ଧ ରହିଛି।

୬.୧ ଇଞ୍ଚର ଆଇାଫୋନ ୧୨ର ୬୪ ଜିବି ଏବଂ ୧୨୮ ଜିବି ଭେରିୟଣ୍ଟ ଲାଲ ଏବଂ ନୀଳ ରଙ୍ଗରେ ଉପବ୍ଧ ରହିଛି।ଏହି ଫୋନର ବ୍ୟାକରେ ଡୁଆଲ କ୍ୟାମେରା ରହିଛି ଯେଉଁଥିରେ ୧୨ଏମପି ସେନସର ୪କେ ଭିଡିଓ ଶୁଟ୍‌ କରିବାରେ ସକ୍ଷମ ହେବ।

ସେଲ୍ଫି ପାଇଁ ଏଥିରେ 12MP ର କ୍ୟାମେରା ଏବଂ ଫେସ ଅନଲକ ସେନସର ଦିଆଯାଇଛି। 5G ଡିଭାଇସ୍‌ ଧୂଳି ଏବଂ ପାଣିରେ ପ୍ରୋଟେକ୍ଟ ପାଇଁ ଗ୍ରେଡ୍‌ ସହିତ ଆସିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.