ସୋରୋ(କେନ୍ୟୁଜ୍) : ରାସ୍ତା କଡ଼ାରେ ଛିଡ଼ା ହୋଇଥିବା ବେଳେ ଚଢ଼ିଗଲା କାର୍ । ଏଥିରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି । ବାଲେଶ୍ୱର ଭୋଗରାଇ ଥାନା ନେଗୁଁଆ ଛକ ନିକଟରେ ଘଟିଛି ଏପରି ମର୍ମନ୍ତୁଦ ଦୁର୍ଘଟଣା ।
୫୭ ନଂ ରାଜପଥ ନେଗୁଁଆ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ୬ ଜଣଙ୍କୁ ଦ୍ରୁତ ଗତିରେ ଆସୁଥିବା କାର୍ ଧକ୍କା ଦେଇ ଚଢ଼ିଯାଇଥିଲା । ଫଳରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଥିବା ଜଣାଯାଇଛି ।