ଗର୍ଭ ନିରୋଧକ ଔଷଧ ର ଅଧିକ ବ୍ୟବହାର କରୁଥିଲେ ହୋଇଯାଆନ୍ତୁ ସାବଧାନ, ହୋଇପାରନ୍ତି ସାରା ଜୀବନ ପାଇଁ ନିସନ୍ତାନ

ଅନେକ ସମୟରେ କିଛି ମହିଳା ଅଛନ୍ତି ଯେଉଁମାନେ ଗର୍ଭ ନିରୋଧକ ବଟିକାର ବ୍ୟବାହାର ଅଧିକ କରିଥାଆନ୍ତି । କିନ୍ତୁ ଆପଣ କ’ଣ ଜାଣିଛନ୍ତି କି ଏହି ଗର୍ଭ ନିରୋଧକ ବଟିକାର ଅଧିକ ବ୍ୟବହାର କରିବା ଦ୍ୱାରା କେଉଁସବୁ ଅସୁବିଧାର ସାମ୍ନା କରିବାକୁ ପଡିଥାଏ ?
ତେବେ ଆସନ୍ତୁ ଜାଣିବା କ’ଣ ଏହି ଔଷଧର ପ୍ରଭାବ ରହିଛି ଯାହା ଆପଣଙ୍କ ଗର୍ଭ ଧାରଣ କ୍ଷମତା ଉପରେ ଖରାପ ପ୍ରଭାବ ପକାଇବ:

ଯଦି କୌଣସି ମହିଳା କିଛି ସମୟ ପାଇଁ ନିଜ ଗର୍ଭକୁ ରୋକିବା ପାଇଁ ଗର୍ଭ ନିରୋଧକ ବଟିକା ଖାଉଛନ୍ତି, ତେବେ ଏବେଠାରୁ ହୋଇଯାଆନ୍ତୁ ସାବଧାନ। କାରଣ ଏହାର ବ୍ୟବହାର ଦ୍ୱାରା ହୁଏତ ଦେଶରେ ଜନ୍ମ ହାର ବା ବର୍ଥ ରେଟ କମିଛି କିନ୍ତୁ ଏହା ପରେ ବି ଗର୍ଭ ନିରୋଧକ ଔଷଧ ମହିଳାଙ୍କ ଫର୍ଟିଲିଟି ପାୱାର ବା ଗର୍ଭ ନିର୍ଧାରଣ କ୍ଷମତା ଉପରେ ଖରାପ ପ୍ରଭାବ ପକାଇ ଥାଏ । ଆପଣ ଶୁଣିଲେ ହୁଏତ ଆଶ୍ଚର୍ଯ୍ୟ ହେବେ ଯେ ଏହି ବଟିକା ଅଧିକ ମାତ୍ରାରେ ଖାଇବା ଦ୍ୱାରା ଅନେକ ମହିଳା ନିସନ୍ତାନ ହୋଇଥାଆନ୍ତି। କାହିଁକିନା ଏହା ଗର୍ଭଧାରଣ ପାୱାର ବା କ୍ଷମତାରୁ ହ୍ରାସ କରାଇଥାଏ ।
ତେବେ ଆପଣ ଜାଣିଥିବେ ବର୍ତ୍ତମାନ ର ଯୁବ ପିଢି ବିବାହ ପରେ ତୁରନ୍ତ ନିଜର ପରିବାର ବଢାଇବାକୁ ଚାହୁଁନାହାନ୍ତି । କାରଣ ସେମାନେ ପ୍ରଥମେ ପରସ୍ପରକୁ ବୁଝିବାକୁ ଚାହୁଁଛନ୍ତି ଓ ନିଜ କ୍ୟାରିଅର କୁ ଆଗକୁ ନେବା ପାଇଁ ଚାହୁଁଛନ୍ତି । ଯାହା ପାଇଁ କଣ୍ଟ୍ରାସେପଟିଭ୍ସ ବା ଗର୍ଭନିରୋଧକ ଔଷଧର ବ୍ୟବହାର ଅଧିକା ମାତ୍ରାରେ ବଢିବାରେ ଲାଗିଛି । ଭାରତ ଇତିହାସରେ ପ୍ରଥମ ଥର ଏମିତି ହୋଇଛି ଯେ ଗର୍ଭ ନିରୋଧକ ବଟିକାର ଅଧିକ ବ୍ୟବହାର ପାଇଁ ଟୋଟାଲ ଫର୍ଟିଲିଟି ରେଟ ବା (ଟିଏଫଆର) କମ ଆସିଥିବା ହେତୁ ରିପ୍ଲେସମେଣ୍ଟ ର ସ୍ତର ମଧ୍ୟ ତଳକୁ ଖସିଛି ।

ବର୍ତ୍ତମାନ ଚିନ୍ତା ଜନକ ବିଷୟ ହେଉଛି ଯେ ଏତେ ମାତ୍ରାରେ ଗର୍ଭ ନିରୋଧକ ଔଷଧର ବ୍ୟବହାର ବଢିଯାଇଛି ଯେ ଯାହା ମହିଳାଙ୍କ କ୍ଷେତ୍ରରେ ଗର୍ଭ ଧାରଣ କରିବା କ୍ଷମତାକୁ ହ୍ରାସ କରିଥିବା ଏକ ରିପୋର୍ଟରୁ ଜଣାପଡିଛି । ରିପୋର୍ଟ ଅନୁଯାୟୀ ଅଧିକ ମାତ୍ରାରେ ଗର୍ଭ ନିରୋଧକ ଔଷଧ ଖାଇଲେ ଏହା ଫର୍ଟିଲିଟି ପାୱାର ଉପରେ ଖରାପ ପ୍ରଭାବ ପକାଇଥାଏ, ଯାହା କି ପିଲା ନହେବାର ମୁଖ୍ୟ କାରଣ ।
ତେଣୁ ଏହି ଟାବଲେଟ ଖାଇବା ପୂର୍ବରୁ ଆପଣଙ୍କୁ ଅନେକ ଭାବି ବିଚାରି ଖାଇବା ଦରକାର। ଏକ ଫେମସ ଜର୍ନାଲ ର ରିପୋର୍ଟ ଅନୁଯାୟୀ ରାଷ୍ଟ୍ରୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ ଦ୍ୱାରା କରାଯାଇଥିବା ସର୍ଭେ ରେ ଜଣା ପଡିଛି ଯେ ୨୦୧୫ – ୧୬ ପରଠାରୁ ଫ୍ୟାମିଲି ପ୍ଲାନିଙ୍ଗ ପାଇଁ ଗର୍ଭ ନିରୋଧକ ର ଆଧୁନିକ ଉପାୟ ଆପଣାଉଥିବା ପରିବାରଙ୍କ ସଂଖ୍ୟା ହେଉଛି ୮.୭ ପ୍ରତିଶତ।
ଏହା ଭଲ ଖବର, ଯାହା କି ଭାରତର ଜନସଂଖ୍ୟା କମାଉଛି କିନ୍ତୁ ଅଧିକ ମାତ୍ରାରେ ଗର୍ଭ ନିରୋଧକ ଔଷଧ ବ୍ୟବାହାର କରିବା ଦ୍ୱାରା ଏହା ଗର୍ଭ ଧାରଣ କରିବା କ୍ଷମତା ଉପରେ ମଧ୍ୟ ପ୍ରଭାବ ପକାଉଛି । ଯାହାଦ୍ୱାରା ମହିଳାଙ୍କ କ୍ଷେତ୍ରରେ ଇନଫର୍ଟିଲିଟି ବୃଦ୍ଧି ପାଉଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବା (WHO) ଅନୁଯାୟୀ ଇନଫର୍ଟିଲିଟି ପରୁଷ ଓ ମହିଳାଙ୍କ ପ୍ରଜନନ ପ୍ରଣାଳୀର ଏକ ପ୍ରକାର, ଯାହା ୧୨ ମାସ କିମ୍ବା ତା ଠାରୁ ଅଧିକ ସମୟ ପର୍ଯ୍ୟନ୍ତ ସେକ୍ଚୁଆଲ ଇଣ୍ଟରକୋର୍ସ କରିବା ପରେ ବେବି କନ୍ସିଭ ନକରିବାର ଅକ୍ଷମତାକୁ ବୁଝାଜାଇଥାଏ ।
ବର୍ତ୍ତମାନ ସମୟରେ ସାରା ଦୁନିଆର କପଲ୍ସ ଇନଫର୍ଟିଲିଟି ର ସମସ୍ୟା ର ସମୁଖୀନ କରୁଛନ୍ତି । ତେବେ ଇନଫର୍ଟିଲିଟି ର ମୂଳ କାରଣ ଗୁଡିକ ହେଉଛି ଟ୍ୟୁବଲ ଡିସଅର୍ଡର,ୟୁଟେରସ ଡିସଅର୍ଡର, ସେପ୍ଟେଟ ୟୁଟେରସ,ଓଭାରି ଡିଜିଜ ଓ ହର୍ମୋନ ଇମ୍ବାଲାନ୍ସ । ଏହା ଛଡା ଜେନେଟିକ କଣ୍ଡିସନକୁ ମଧ୍ୟ ଦ୍ୱାୟି କରାଯିବ। ଭାରତରେ ପରିବାର ନ ବଢାଇବା ପାଇଁ ଅଧିକରୁ ଅଧିକ ମାତ୍ରାରେ କଣ୍ଡୋମ,ଗର୍ଭନିରୋଧକ ଔଷଧ, ଗର୍ଭନିରୋଧକ ଇଞ୍ଜେକ୍ସନ, ଭଜାଇନାଲ ରିଙ୍ଗ୍ସ ଓ ଇଣ୍ଟ୍ରାଟରିନ ଡିଭାଇସ ର ବ୍ୟବହାର କରାଯାଉଛି ।
ତେବେ ଏକ ରିପୋର୍ଟ ଅନୁଯାୟୀ ଗର୍ଭ ନିରୋଧକ ବା କଣ୍ଟ୍ରାସେପ୍ଟିଭ୍ସ ବ୍ୟବହାର ବନ୍ଦ କରିବା ପରେ କରିବା ପରେ ୧ ବର୍ଷ ମଧ୍ୟରେ ପ୍ରାୟ ୮୩ ପ୍ରତିଶତ ମହିଳା ବେବି କନ୍ସିଭ କରିସାରିଛନ୍ତି । ଯଦି କୌଣସି ମହିଳା ଅଧିକ ସମୟରୁ କଣ୍ଟ୍ରାସେପଟିଭ୍ସ ବ୍ୟବହାର କରୁଛନ୍ତି , ତେବେ ତାଙ୍କୁ ପିଲା ଜନ୍ମ କରିବାରେ ଅସୁବିଧା ହୋଇପାରେ,ଏମିତିକି ନିସନ୍ତାନ ହୋଇପାରନ୍ତି ବାପା ଓ ମା’ । ତେବେ ଆପଣ ଏହି ସବୁ ଗର୍ଭ ନିରୋଧକ ମେଡିସିନ ଖାଇବା ପୂର୍ବରୁ ଡାକ୍ତଙ୍କ ପରାମର୍ଶ ନିଅନ୍ତୁ ।