ଦୁହେଁ ଦୁହିଙ୍କ ଫିଲ୍ମରେ, ଭଇଜାନ, ବାଦଶାହ

ଉଭୟ ସଲମାନ ଓ ଶାହରୁଖ ଫ୍ୟାନ୍ସଙ୍କ ପାଇଁ ଖୁସିଖବର । ଭାଇଜାନଙ୍କ ୫୬ତମ ଜନ୍ମଦିନ ଅବସରରେ ସଲମାନ ଖାନ ନିଜ ଫ୍ୟାନ୍ସଙ୍କୁ ଟାଇଗର ଥ୍ରି ଓ ପଠାନରେ ଶାହରୁଖଙ୍କ ସହ ନଜର ଆସିବାକୁ ନେଇ ଜଣାଇଦେଇଛନ୍ତି । ବଲବୁଡ ସୁପରଷ୍ଟାର ସଲମାନ ଖାନ ଯିଏକି ନିଜ ପାର୍ମହାଉସରେ ଆଗାମୀ ୨୦୨୨ରେ ନିଜର ଅପକମିଙ୍ଗ ଫିଲ୍ମକୁ ନେଇ ମଧ୍ୟ ଘୋଷଣା କରିଛନ୍ତି । ସଲମାନ କନଫର୍ମ କରିଛନ୍ତି କି ସେ ଏବଂ ସୁପରଷ୍ଟାର ଶାହରୁଖ ଖାନ ଦୁହେଁ ଦୁହିଁଙ୍କ ଚିରାଚରିତ ଫିଲ୍ମ ଯାହା ଆଗାମୀ ସମୟରେ ଆସିବାକୁ ଯାଉଛି ସେଥିରେ କେମିଓ କ୍ରସଓଭର କରିବେ ।

ଆମେ ଦୁହେଁ ଉଭୟ ଟାଇଗର ୩ ଓ ପଠାନରେ ସ୍କ୍ରିନ ସେୟାର କରୁଛୁ ବୋଲି କହିଛନ୍ତି ଭାଇଜାନ । ଟାଇଗର ଥ୍ରୀ ଆଗାମୀ ବର୍ଷ ଡିସେମ୍ବରକୁ ରିଲିଜ ହେବାକୁ ଯ।ଉଥିବା ବେଳେ ପଠାନ ହୁଏତ ଏହାର ପୂର୍ବରୁ ରିଲିଜ ହୋଇପାରେ ବୋଲି କହିଛନ୍ତି । ଅଭିନେତା ଏହା ମଧ୍ୟ ନିଶ୍ଚୟ କରିଛନ୍ତି ଯେ ବଜରଙ୍ଗୀ ଭାଇଜାନର ଅନୁସରଣକୁ ଭେଟେରାନ ସ୍କ୍ରିନ ରାଇଟର କେଭି ବିଜୟେନ୍ଦ୍ର ପ୍ରସାଦ ଲେଖିଛନ୍ତି, ଯିଏ କି ପ୍ରଥମ ଭାଗ ଲେଖିଥିଲେ । ସେ ପ୍ରକାଶ କରିଛନ୍ତି ଯେ ଏହାର ସିକ୍ୱେଲର ନାମ ହେଉଛି ପବନପୁତ୍ର ଭଜନ ।

ଏସବୁ ପରେ ସଲମାନ ସୂଚାଇ ଦେଇଛନ୍ତି ଯେ ତାଙ୍କର ପରବର୍ତ୍ତୀ ପ୍ରୋଜେକ୍ଟ ଗୁଡିକ ହିଟ କମେଡି ନୋ ଏଣ୍ଟ୍ରିର ଏକ ସିକ୍ୱେଲ ଏବଂ କଭି ଇଦ କଭି ଦିୱାଲି ନାମକ ଏକ ଚଳଚିତ୍ର ହୋଇପାରେ । ସଲମାନ ଆସନ୍ତା କିଛିଦିନ ତାଙ୍କ ପରିବାର ସହ ଫାର୍ମହାଉସରେ ବିତାଇବେ ଏବଂ ତାପରେ ଟାଇଗର ପାଇଁ ସୁଟିଂକୁ ଫେରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.