କେମିତି ହେବ ୫ ରାଜ୍ୟରେ ନିର୍ବାଚନ ? କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ ସହ ପୁଣି ଜାନୁଆରୀରେ ବୈଠକ

ଭୁବନେଶ୍ୱର(କେନ୍ୟୁଜ୍‌) : ୫ ରାଜ୍ୟରେ ହେବ ବିଧାନସଭା ନିର୍ବାଚନ। ଏଥିପାଇଁ ନିର୍ବାଚନ କମିଶନ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ ସହ ପୁଣି ଜାନୁଆରୀରେ ବୈଠକ କରିବେ । ଆଜିର ବୈଠକ ଏକ ଘଣ୍ଟା ଧରି ଚାଲିଥିଲା ।

ବୈଠକରେ ୫ଟି ରାଜ୍ୟର କୋଭିଡ ସ୍ଥିତି ନେଇ ଆଲୋଚନା ହୋଇଛି । କୋଭିଡ୍ ସ୍ଥିତି ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ ପାଖରୁ ଅପଡେଟ ନେଇଛନ୍ତି ମୁଖ୍ୟ ନିର୍ବାଚନ କମିଶନର । ୨୦୨୨ ମାର୍ଚ୍ଚରେ ଗୋଆ, ପଞ୍ଜାବ, ଉତ୍ତରାଖଣ୍ଡ ଓ ମଣିପୁର ବିଧାନସଭାର କାର୍ଯ୍ୟକାଳ ଶେଷ ହେଉଛି । ସେହିପରି ମେ’ଶେଷରେ ଉତ୍ତରପ୍ରଦେଶ ବିଧାନସଭାର କାର୍ଯ୍ୟକାଳ ସରୁଛି ।

ଦେଶରେ ବଢିଛି ଓମିକ୍ରନ ସଂକ୍ରମଣ ଭୟ । ଏହାକୁ ଦୃଷ୍ଟିରେ ରଖି କ’ଣ ପଦକ୍ଷେପ ନିଆଯିବ ସେ ନେଇ ନିର୍ବାଚନ କମିଶନ ଆଗାମୀ ବୈଠକରେ ନିଷ୍ପତ୍ତି ନେବେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.