ଗୋଟିଏ କ୍ଲିକରେ ଜାଣନ୍ତୁ କୋଭିଡ୍ ବୁଷ୍ଟର ଡୋଜ୍ ପାଇଁ କିଏ ଯୋଗ୍ୟ ଆଉ କେମିତି ବୁକ୍ କରିବେ ଏବଂ କଣ ଡକ୍ୟୁମେଣ୍ଟ ଦରକାର

ଲୋକଙ୍କୁ ମିଳିବ କୋଭିଡ ୧୯ର ବୁଷ୍ଟର ଡୋଜ୍। ଭାରତ ଘୋଷଣା କଲା କରୋନାର ବୁଷ୍ଟର ଡୋଜ୍। କରୋନାର ନୂଆ ଭ୍ୟାରିୟଣ୍ଟ ଓମିକ୍ରନ ଏବଂ କରୋନାର ବର୍ଦ୍ଧିତ ମାମଲାକୁ ଧ୍ୟାନରେ ରଖି ଭାରତ ଲୋକଙ୍କ ପାଇଁ ଘୋଷଣା କରିଛି ବୁଷ୍ଟର ଡୋଜ୍। କିନ୍ତୁ ମନେ ରଖନ୍ତୁ ଦର୍ଶକବନ୍ଧୁ ଏହି ବୁଷ୍ଟର ଡୋଜକୁ ସମସ୍ତେ ନେଇପାରିବେନାହିଁ। ତେବେ ଆସନ୍ତୁ ଆଜି ଏ ଭିଡିଓରେ ଆଜି ଆମେ ଜାଣିବା କେଉଁମାନେ ଏଥିପାଇଁ ଯୋଗ୍ୟ ଓ କେବେ ଠାରୁ ଲୋକଙ୍କୁ ଏହି ବୁଷ୍ଟର ଡୋଜ୍ ଦିଆଯିବ।
କେନ୍ଦ୍ର ସରକାର ଘୋଷଣା କରିଛନ୍ତି ଯେ ୧୦ ଜାନୁଆରୀ ୨୦୨୨ରେ ଭାରତର ନାଗରିକଙ୍କୁ କୋଭିଡ ୧୯ର ବୁଷ୍ଟର ଡୋଜ୍ ଦିଆଯିବ।
କେଉଁମାନଙ୍କୁ ଦିଆଯିବ ଜାଣନ୍ତୁ
ସମସ୍ତ ଫ୍ରଣ୍ଟଲାଇନ୍ କର୍ମଚାରୀ ଏବଂ କୋଭିଡ୍ ଯୋଦ୍ଧାଙ୍କୁ ପ୍ରିକସନ୍ ଡୋଜ୍ ଦିଆଯିବ।
ଏହି ପ୍ରିକସନ୍ ଡୋଜ୍ ବା ବୁଷ୍ଟର ଡୋଜକୁ ୬୦ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କ ନାଗରିକ ଆସନ୍ତା ଜାନୁୟାରୀ ୧୦ରେ ଡାକ୍ତରଙ୍କ ପରାମର୍ଶ କ୍ରମେ ନେଇପାରିବେ।
ଏଥିପାଇଁ କଣ ଡକ୍ୟୁମେଣ୍ଟ ଦେବାକୁ ହେବ ଜାଣନ୍ତୁ
ବରିଷ୍ଠ ନାଗରିକ ଯେଉଁମାନେ ବୁଷ୍ଟର ଡୋଜ୍ ନେବାକୁ ଚାହୁଁଛନ୍ତି ସେମାନଙ୍କୁ ଚିକିତ୍ସା ପ୍ରମାଣ ପତ୍ର ଦେଖାଇବାକୁ ହେବ। ଯାହାଦ୍ୱାରା ଏହା ଜଣାପଡିବ ଯେ ସେ ପ୍ରିକସନ୍ ଡୋଜ୍ ବା ବୁଷ୍ଟର ଡୋଜ ନେବାକୁ ହକଦାର କି ନୁହେଁ। ୬୦ ବର୍ଷରୁ ବଡ଼ ବୟସ୍କର ଲୋକଙ୍କୁ ବୁଷ୍ଟର ଡୋଜ୍ ପାଇଁ ଅନ୍ୟ ଜରୁରୀ କାଗଜପତ୍ର ସହ କୋ-ମୋର୍ବିଡିଟି ସାର୍ଟିଫିକେଟ୍ ଦେଖାଇବା ଜରୁରୀ। ଏହି ଚିକିତ୍ସା ପ୍ରମାଣ ପତ୍ରକୁ କୋଓ୍ଵିନ୍ ପୋର୍ଟାଲରେ ଅପଲୋଡ୍ କରାଯିବ।
କୋ-ମୋର୍ବିଡିଟି ସାର୍ଟିଫିକେଟ୍ରେ କୌଣସି ରେଜିଷ୍ଟର୍ଡ ମେଡିକାଲ ପ୍ରାକ୍ଟିସନରଙ୍କ ଦସ୍ତଖତ ଥିବା ଆବଶ୍ୟକ। ଟିକା ନେବାକୁ ଥିବା ବ୍ୟକ୍ତିଙ୍କୁ ଏହାର ହାର୍ଡ କପିକୁ ଟିକାକରଣ କେନ୍ଦ୍ରରେ ଦେଖାଇବାକୁ ପଡ଼ିବ। ରେଜିଷ୍ଟ୍ରେସନ କରିବା ପାଇଁ ଭୋଟର ପରିଚୟ ପତ୍ର, ଆଧାର କାର୍ଡ, ଡ୍ରାଇଭିଂ ଲାଇସେନ୍ସ, ପାସପୋର୍ଟ, ପେନସନ କାଗଜପତ୍ର ସହିତ ୧୨ଟି କାଗଜପତ୍ର ମଧ୍ୟରୁ କୌଣସି ଗୋଟିଏ ଜରୁରୀ।
ପ୍ରକାଶ ଯେ କୋ-ମୋର୍ବିଡିଟିରେ ୨୨ ପ୍ରକାରର ରୋଗ ଆସୁଛି। ଯଥା- ଡାଇବେଟିସ୍, କିଡ୍ନୀ ରୋଗ, ହାର୍ଟ ରୋଗ, ଷ୍ଟେମ୍ସେଲ ଟ୍ରାନ୍ସପ୍ଲାଣ୍ଟ, କ୍ୟାନସର ଭଳି ସାଂଘାତିକ ରୋଗ। ଏସବୁ ରୋଗରେ ପୀଡ଼ିତ ବ୍ୟକ୍ତିଙ୍କ ପାଇଁ କରୋନା ଘାତକ ସାବ୍ୟସ୍ତ ହୋଇଛି। ଏଣୁ ଏମାନଙ୍କୁ ଅଧିକ ପ୍ରାଧାନ୍ୟ ଦିଆଯାଉଛି।
ସେକେଣ୍ଡ ଡୋଜ ଏବଂ ବୁଷ୍ଟର ଭିତରେ କେତେ ଅନ୍ତର ରହିବା ଜରୁରୀ
ସୂଚନା ମୁତାବକ କୋଭିଡ୍ ଟୀକାକରଣର ୯ରୁ ୧୨ ମାସ ଅନ୍ତର ଭିତରେ ବୁଷ୍ଟର ଡୋଜ୍ ନିଆଯିବାର ସମ୍ଭାବନା କରାଯାଉଛି।
କୋଓ୍ଵିନରେ ବୁଷ୍ଟର ଡୋଜ୍ ପାଇଁ କେମିତି ବୁକ୍ କରିବେ ଜାଣନ୍ତୁ
କୋ-ଓ୍ଵିନ୍ ସଞ୍ଚାଳନର ପ୍ରମୁଖ ଓ ନ୍ୟାସନାଲ ହେଲଥ ଅଥରିଟିର ସିଇଓ ଡା. ଆରଏସ୍ ଶର୍ମା କହିଛନ୍ତି, ପ୍ରକ୍ରିୟା ପୂର୍ବ ଭଳି ହିଁ ରହିବ ଯେମିତି ୪୫ ରୁ ଅଧିକ ଶ୍ରେଣୀର ଲୋକଙ୍କ ପାଇଁ ଥିଲା। ସେଥିରେ କିଛି ପରିବର୍ତ୍ତନ କରାଯାଇନାହିଁ। ଅଧିକ ସୂଚନା ପାଇଁ ଲୋକେ କୋ-ଓ୍ଵିନ୍ ଆପ୍ ବ୍ୟବହାର କରିପାରିବେ।