ମା ସାଥିରେ ଯାଉଥିବା ବେଳେ କୂଅରେ ପଡିଗଲା ହାତୀ ଛୁଆ, ୮ଘଣ୍ଟା ପରେ ଉଦ୍ଧାର କଲା ବନବିଭାଗ

ମୟୁରଭଞ୍ଜ(କେନ୍ୟୁଜ୍):କୂଅରୁ ଉଦ୍ଧାର ହେଲା ହାତୀଛୁଆ। ୮ଘଣ୍ଟା ପରେ ହାତୀ ଛୁଆକୁ କୂଅରୁ ବାହାର କରିଛି ବନବିଭାଗ। ଗତକାଲି ରାତିରେ ମୟୁରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ରେଞ୍ଜ ଅଧୀନ ଜାମଶୁଳୀ ଜଙ୍ଗଲରେ ଥିବା କୂଅ ଭିତରେ ଏକ ହାତୀ ଛୁଆଟି ଖସି ପଡିଥିଲା। ଛୁଆଟି ପଡିଯିବା ପରେ ହାତୀପଲ ତାକୁ ଉଦ୍ଧାର କରିନପାରି ସେହି ଅଞ୍ଚଳରେ ଆତଙ୍କ ଖେଳାଇଥିଲେ।

elephant

ରାତିସାରା କୂଅ ବାହାରେ ହାତୀ ପଲ ଛୁଆକୁ ଜଗି ରହିଥିଲେ। ଉନ୍ମକ୍ତ ହୋଇ ଘରଦ୍ୱାର ଓ ଗାଡି ଭଙ୍ଗାରୁଜା କରିଥିଲେ। ଖବର ପାଇ ବନବିଭାଗ କର୍ମଚାରୀ ନିଆଁ ଜାଳି ବାଣ ଫୁଟାଇ ଘଉଡାଇବାକୁ ଉଦ୍ୟମ କରିଥିଲେ। ଏହାପରେ ୮ଘଣ୍ଟା ପରେ ଉଦ୍ଧାର ହୋଇଥିଲା ହାତୀ ଶାବକ।

 

Leave A Reply

Your email address will not be published.