ଦେବଦୂତ ସାଜିଲେ ଭାରତୀୟ ଯବାନ, ଗର୍ଭବତୀଙ୍କୁ ନେଲେ ଡାକ୍ତରଖାନା

ନୂଆଦିଲ୍ଲୀ : ଉତ୍ତର ଭାରତରେ ପ୍ରବଳ ବରଫପାତ । ଜମ୍ମୁ କଶ୍ମୀରରେ ଅବସ୍ଥା ସାଂଘାତିକ । ଲୋକେ ଘରୁ ବାହାରିବା ମୁସକିଲ ହୋଇପଡିଛି । ଏହାରି ଭିତରେ ଆସିଛି ଏକ ହୃଦୟସ୍ପର୍ଶୀ ଦୃଶ୍ୟ । ଜଣେ ଗର୍ଭବତୀଙ୍କୁ ଡାକ୍ତରଖାନାରେ ପହଞ୍ଚାଇଲେ ଯବାନ । ଷ୍ଟ୍ରେଚରରେ ବୋହିନେଲେ ଭାରତୀୟ ସେନାର ଚିନାର କର୍ପସର ଜବାନ । ପ୍ରବଳ ବରଫପାତ ମଧ୍ୟରେ ମହିଳାଙ୍କୁ ବୋହିନେଉଛନ୍ତି । ଦୀର୍ଘ ବାଟ ଯିବା ପରେ ସୋଫିଆନ୍‌ ଜିଲ୍ଲା ହସପିଟାଲରେ ଭର୍ତ୍ତି କରାଇଥିଲେ । ସୁରକ୍ଷିତ ଭାବରେ ଡାକ୍ତରଖାନାରେ ପହଞ୍ଚଥିଲେ ଗର୍ଭବତୀ । ସେଠାରେ ସେ ଶିଶୁପୁତ୍ରକୁ ଜନ୍ମ କରିଛନ୍ତି । ଚିନାର କର୍ପସର ମାନବିକତାକୁ ଚାରିଆଡୁ ପ୍ରଶଂସାର ସୁଅ ଛୁଟୁଛି । ଶ୍ରୀନଗରସ୍ଥିତ ଚିନାର କର୍ପସ ଭାରତ ପାଇଁ ଚୀନ ଓ ପାକିସ୍ତାନ ବିରୋଧରେ ଠିଆ ହୋଇଛି ।

ସେପଟେ ହିମାଞ୍ଚଳ ପ୍ରଦେଶ ଓ ଜାମ୍ମୁ କାଶ୍ମୀରରେ ପ୍ରବଳ ଥଣ୍ଡା ସାଙ୍ଗକୁ ଜାରି ରହିଛି ବରଫପାତ । ଶ୍ରୀନଗର ସହରରେ ବରଫ ବର୍ଷା ଲାଗି ରହିଥିବାରୁ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଅନେକ ଅଂଚଳ ବରଫର ଧଳା ଚାଦର ଘୋଡେଇ ହୋଇ ରହିଛି । ବରଫ ବର୍ଷା ସାଙ୍ଗକୁ ପ୍ରବଳ ଶୀତ ସହରବାସିଙ୍କ ସମସ୍ୟା ବଢାଇଛି ।
ଲଗାତାର ବରଫ ବର୍ଷା ଯୋଗୁଁ ହାଡ ଭଙ୍ଗା ଶୀତ ଅନୁଭୁତ ହେଉଛି । ତୁଷାତପାତ ଲାଗି ରହିଥିବାରୁ ଯାନ ବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଅନ୍ୟପଟେ ଜାମ୍ମୁ କାଶ୍ମିର ଓ ହିମାଂଚଳ ପ୍ରଦେଶକୁ ବୁଲିବାକୁ ଆସିଥିବା ପର୍ଯ୍ୟଟକଙ୍କୁ ବରଫ ବର୍ଷା ବେସ ଆକୃଷ୍ଟ କରିଛି । ସେପଟେ ସୀମାରେ ୧୭ ହଜାର ଫୁଟ ଉଚ୍ଚରେ ଯବାନ ମାନେ ପାଟ୍ରୋଲିଂ କରୁଥିବାର ଦେଖିବାକୁ ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.