ଭୁବନେଶ୍ବରକେ (କେନ୍ୟୁଜ): ଶୀତରେ ବର୍ଷା କରୁଛି କଲବଲ । ଆଜି ବି ସକାଳୁ ସକାଳୁ ଟ୍ଵିନ୍ସିଟିରେ ବର୍ଷା ଲାଗି ରହିଛି। ଫଳରେ ବ୍ୟାହାତ ହୋଇଛି ଜୀବନଯାତ୍ରା। ଆଗାମୀ ୨୪ ଘଣ୍ଟାରେ ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ବଜ୍ରପାତ, କୁଆପଥର ମାଡ଼ ସହ ପ୍ରବଳ ବର୍ଷା ପାଇଁ ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ବିଜୁଳି, ଘଡ଼ଘଡ଼ି ପାଇଁ ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।
କଟକ ନରାଜଠାରେ ସର୍ବାଧିକ ୫୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ୧୫ ତାରିଖରୁ ବର୍ଷା ପରିମାଣ କମିବ । ଅଦିନିଆ ବର୍ଷାରେ ରାଜ୍ୟର ବିଭିନ୍ନ ସ୍ଥାନରେ ମଣ୍ଡିରେ ଭିଜୁଛି ଧାନ । ବର୍ଷା ଲାଗି ରହିଥିବାରୁ କ୍ଷେତରେ ପନିପରିବା ଓ ଡାଲି ଜାତୀୟ ଫସଲ କ୍ଷୟକ୍ଷତି ହୋଇଛି । ଏହାକୁ ନେଇ ଚାଷୀ ଚିନ୍ତାରେ ପଡ଼ିଛି।