ମାଲକାନଗିରି(କେନ୍ଯୁଜ୍): ପୁଣି ମାଓବାଦୀଙ୍କ ଉପଦ୍ରବ। ମହାରାଷ୍ଟ୍ର ଗଡ଼ଚିରଲୀରେ ପୁଣି ବଡ଼ ଧରଣର ଲଙ୍କାକାଣ୍ଡ ଘଟାଇଲେ ମାଓବାଦୀ। ସଡ଼କ ନିର୍ମାଣ କାର୍ଯ୍ୟରେ ନିୟୋଜିତ ୧୨ଟି ଗାଡି ଜାଳିଦେଲେ ମାଓବାଦୀ।
ଏହି ଗାଡି ଗୁଡିକ ଭିତରେ ରହିଛି ୯ଟି ଟ୍ରାକ୍ଟର, ଦୁଇଟି JCB ଏବଂ ଗୋଟିଏ ଗ୍ରେଡର । ଯାହାକୁ ଜାଳି ଦେଇଛନ୍ତି ମାଓବାଦୀ। ଏହାସହିତ ଘଟଣାସ୍ଥଳରେ ଲଗାଇଛନ୍ତି ମାଓ ବ୍ୟାନର ଏବଂ ପୋଷ୍ଟର।