ମହାକାଳପଡ଼ା ଖରିନାସୀ ଟୁବି ଫେରିଘାଟରେ ଜଣେ ମତ୍ସଜୀବୀ ନିଖୋଜ, ଖୋଜୁଛି ଅଗ୍ନିଶମ ବିଭାଗ

ମହାକାଳପଡ଼ା(କେନ୍ଯୁଜ୍): କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ଖରିନାସୀ ଟୁବି ଫେରିଘାଟ ନିକଟରେ ଜଣେ ମତ୍ସଜୀବୀ ନିଖୋଜ ହୋଇଥିବା ଜଣାପଡିଛି।

ଖରିନାସୀ ପଂଚୟତର ବାରନମ୍ବର ଗାଁର ବାଲୁକା ହଂସଦା ଗଭୀର ସମୁଦ୍ରରୁ ପ୍ରତିଦିନ ଭଳି ଆଜି ମାଛ ମାରି ଫେରୁଥିବା ସମୟରେ ଫେରିଘାଟରେ ଅସାବଧାନତା ବଶତଃ ଡଙ୍ଗାରୁ ଗୋଡ଼ ଖସି ଯାଇଥିଲା । ଯାହାଫଳରେ ସେ ବୁଡି ଯାଇଥିବା ଜଣାଯାଇଛି।

ଘଟଣାସ୍ଥଳରେ ମହାକାଳପଡ଼ା ଅଗ୍ନିଶମ ବିଭାଗ ପହଂଚି ନିଖୋଜ ବ୍ଯକ୍ତିଙ୍କୁ ଖୋଜାଖୋଜି କରିଥିଲେ ମଧ୍ୟ ଏଯାଏ ଯୁବକଙ୍କ କୌଣସି ସନ୍ଧାନ ମିଳିପାରିନାହିଁ ।