ଟେଷ୍ଟ ପରେ ଓ୍ଵାନ ଡେ’ ସିରିଜ କବଜା କଲା ଦକ୍ଷିଣ ଆଫ୍ରିକା
![cricket](https://knewsodisha.com/wp-content/uploads/2022/01/cricket-4.jpg)
କେନ୍ଯୁଜ୍: ଟେଷ୍ଟ ପରେ ଓ୍ଵାନ ଡେ’ ସିରିଜ କବଜା କଲା ଦକ୍ଷିଣ ଆଫ୍ରିକା । ଦ୍ୱିତୀୟ ଦିନିକିଆରେ ଟିମ୍ ଇଣ୍ଡିଆ ୭ ଓ୍ଵିକେଟରେ ଧରାଶାୟୀ । ଫଳରେ ଟେଷ୍ଟ ସିରିଜକୁ ୨-୧ରେ ହାରିବା ପରେ ୩ଟିକିଆ ସିରିଜକୁ ୦-୨ରେ ହାରି ସିରିଜ୍ ହାତଛଡ଼ା କରିଛି ଭାରତ ।
ଦ୍ୱିତୀୟ ଦିନିକିଆରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଭାରତ । ୬ଓ୍ଵିକେଟ ହରାଇ ୨୮୭ ରନ ସଂଗ୍ରହ କରିଥିଲା ଭାରତ । ଜବାବରେ ଦକ୍ଷିଣ ଆଫ୍ରିକା ୪୮.୧ ଓଭରରେ ୩ ଓ୍ଵିକେଟ ହରାଇ ବିଜୟ ଲକ୍ଷ୍ୟ ସଂଗ୍ରହ କରିନେଇଥିଲା । ଡି କକ୍ ୭୮ ରନ କରି ଆଉଟ ହୋଇଥିବା ବେଳେ ମଲାନ୍ ୯୧ ରନ କରି ଆଉଟ ହୋଇଛନ୍ତି । ଭାରତ ପକ୍ଷରୁ ଦମଦାର ଇନିଂସ ଖେଳିଥିଲେ ଋଷଭ ପନ୍ତ । ପନ୍ତ ଧୂଆଁଧାର ୮୫ ରନ କରିଥିଲେ ।