ପଞ୍ଚାୟତ ନିର୍ବାଚନ ପାଇଁ ଆଜି ମନୋନୟନପତ୍ର ଯାଞ୍ଚ, ୨୫ ତାରିଖ ଅପରାହ୍ନ ୩ଟା ପରେ ଚୂଡାନ୍ତ ପ୍ରାର୍ଥୀ ତାଲିକା

ଭୁବନେଶ୍ବର(କେନ୍ୟୁଜ୍):  ପଞ୍ଚାୟତ ନିର୍ବାଚନ ପାଇଁ ସରିଲା ପ୍ରାର୍ଥିପତ୍ର ଦାଖଲ । ଗତକାଲି ଶେଷ ଦିନରେ ବହୁ ସଂଖ୍ୟାରେ ପ୍ରାର୍ଥୀ ନାମାଙ୍କନ ଭରିଛନ୍ତି । କୋଭିଡ୍‌ କଟକଣାରେ ସମର୍ଥକଙ୍କ ଗହଣରେ ଆସି ଜିଲ୍ଲା ପରିଷଦ ସଭ୍ୟ, ସରପଞ୍ଚ, ସମିତି ସଭ୍ୟ ଓ ୱାର୍ଡ ମେମ୍ବର ପଦବୀ ପାଇଁ ଦାଖଲ କରିଛନ୍ତି ପ୍ରାର୍ଥିପତ୍ର । ଆଜି ମନୋନୟନପତ୍ର ଯାଞ୍ଚ କରାଯିବ ।

ତେବେ ଜିଲ୍ଲା ପରିଷଦ ସଭ୍ୟ ପାଇଁ ମୋଟ ୩ ହଜାର ୯୯ ପ୍ରାର୍ଥିପତ୍ର , ସେହିଭଳି ସରପଞ୍ଚ ପାଇଁ ୩୪ ହଜାର ୬୧୩, ସମିତି ସଭ୍ୟ ପାଇଁ ୨୮ ହଜାର ୧୫୩ ପ୍ରାର୍ଥିପତ୍ର ଦାଖଲ ହୋଇଛି ।

ଓ୍ଵାର୍ଡମେମ୍ବର ଲାଗି ୧ ଲକ୍ଷ ୬୨ ହଜାର ୨୯୭ ପ୍ରାର୍ଥୀ ନାମାଙ୍କନ ଭରିଛନ୍ତି । ଏବେ ଅପେକ୍ଷା ଚିହ୍ନକୁ । ଆସନ୍ତା ୨୫ ତାରିଖ ଅପରାହ୍ନ ୩ଟା ପରେ ଚୂଡାନ୍ତ ପ୍ରାର୍ଥୀ ତାଲିକା ଜାରି ହେବା ସହ ପ୍ରାର୍ଥୀଙ୍କୁ ମିଳିବ ଚିହ୍ନ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.