ମୟୁରଭଞ୍ଜ: ଗଣତନ୍ତ୍ର ଦିବସରେ କରୋନା ଯୋଦ୍ଧା ସମ୍ମାନ ଆଣିବାକୁ ଯାଇ ହଟହଟା ହେଲେ କରଞ୍ଜିଆ ମେଡିକାଲ ଅଧିକ୍ଷକ

କରଞ୍ଜିଆ(କେନ୍ୟୁଜ୍): କରଞ୍ଜିଆ କଲେଜ ପଡିଆଠାରେ ଉପଖଣ୍ଡ ସ୍ତରୀୟ ୭୩ତମ ଗଣତନ୍ତ୍ର ଦିବସ ପାଳନ ହେବା ପରେ କିଛି କରୋନା ଯୋଦ୍ଧାଙ୍କୁ ପ୍ରଶାସନ ପକ୍ଷରୁ ସମ୍ମାନିତ କରାଯାଇଥିଲା । ଯେଉଁଥିରେ ସଫେଇ କର୍ମଚାରୀ, ମେଡିକାଲ ଷ୍ଟାଫନର୍ସ ଏବଂ ଡାକ୍ତର ମଧ୍ୟ ସାମିଲ ଥିଲେ । ସମସ୍ତଙ୍କୁ ସମ୍ମାନିତ କରାଯିବା ପରେ କରଞ୍ଜିଆ ମେଡିକାଲର ବିବାଦୀୟ ଅଧୀକ୍ଷକ ଡାକ୍ତର ଅକ୍ଷୟ କୁମାର ରଥଙ୍କୁ ସମ୍ମାନିତ କରିବା ସମୟରେ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହେଇଥିଲା ।

ସ୍ଥାନୀୟ ବୁଦ୍ଧିଜୀବୀ ଏହାକୁ ଘୋର ବିରୋଧ କରିବା ସହିତ ବିଭିନ୍ନ ପ୍ରକାର ନାରାବାଜି ଦେଇ ଏହାକୁ ବିରୋଧ କରିଥିଲେ । କାରଣ କିଛିଦିନ ପୂର୍ବରୁ ମେଡିକାଲ କର୍ତ୍ତୃପକ୍ଷ ଜୀଵିତ ଶିଶୁ ମୃତ୍ୟୁ ଘୋଷଣା,ମେଡିକାଲ  ଆମ୍ବୁଲାନ୍ସ ଡ଼୍ରାଇଭରଙ୍କୁ ଦୁର୍ବ୍ୟବହାର, ଅଗଣତାନ୍ତ୍ରିକ ଭାବେ କରଂଜିଆ ଉପଖଣ୍ଡ ଚିକିତ୍ସାଳୟକୁ ୫ଘଣ୍ଟାଧରି ବନ୍ଦ କରିଥିବା ବିବାଦୀୟ ମେଡ଼ିକାଲ ଅଧୀକ୍ଷକ ଅକ୍ଷୟ କୁମାର ରଥଙ୍କୁ କାହିଁକି ସମ୍ମାନିତ କରାଗଲା ବୋଲି ଉପଜିଲ୍ଲାପାଳଙ୍କୁ ପ୍ରଶ୍ନ କରିଥିଲେ। ଯାହା ସେଠାରେ ଏକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହଇଥିଲା ।  ଘଟଣା ସ୍ଥଳରୁ  ବିବାଦୀୟ ଡାକ୍ତର ଅପମାନିତ ହଇ ଚାଲି ଆସିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.