‘ସାରଙ୍କ ନିର୍ଦ୍ଦେଶ ଅଛି…କ’ଣ କରିବି’ କଏଦୀଙ୍କୁ ନେଇ ୨୨ କିଲୋମିଟର ଚାଲି ଚାଲି ଗଲେ କନେଷ୍ଟବଳ; ଭାଇରାଲ ହେଉଛି ଭିଡିଓ

କୌଣସି ନା କୌଣସି କାରଣବଶତଃ ବିହାର ପୋଲିସ ପ୍ରାୟତଃ ଚର୍ଚ୍ଚାକୁ ଆସୁଛି। ପୂର୍ବରୁ ଅନେକ ଥର ଟ୍ରୋଲ ହୋଇସାରିଥିବା ବିହାର ପୋଲିସ ଏଥରକ ମଧ୍ୟ ନିଜର ଏକ କାରନାମାକୁ ନେଇ ଚର୍ଚ୍ଚା ପରିସରକୁ ଆସିଛି। ନିକଟରେ ବିହାରର ବୈଶାଳୀ ଜିଲ୍ଲାର ଜଣେ ଥାନାଧିକାରୀଙ୍କ ନିର୍ଦ୍ଦେଶରେ କନେଷ୍ଟବଳମାନେ କଏଦୀଙ୍କୁ ୨୨ କିଲୋମିଟର ଦୂର ଜେଲକୁ ଚଲାଇ ଚଲାଇ ନେଇଛନ୍ତି। ଏବେ ଏହି କନେଷ୍ଟବଳମାନେ କଏଦୀଙ୍କୁ ଚାଲି ଚାଲି ନେଇ ଯାଉଥିବା ବେଳର ଭିଡିଓ ଭାଇରାଲ ହେଉଛି। ଫଳରେ ସୋସିଆଲ ମିଡିଆରେ ବିହାର ପୋଲିସର ଇଜ୍ଜତ ତଳେ ପଡ଼ିଛି।

ରିପୋର୍ଟ ମୁତାବକ, ଜିଲ୍ଲାର ମହୁଆ ଥାନା ପୋଲିସ ପକ୍ଷରୁ ପୋଲିସ ଉପରକୁ ଆକ୍ରମଣ କରିବା ମାମଲାରେ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା। ଗିରଫ ଅଭିଯୁକ୍ତଙ୍କୁ ଜେଲ ପଠାଇବାକୁ କିନ୍ତୁ ସେମାନଙ୍କ ନିକଟରେ ଗାଡ଼ି ନଥିଲା। ଏଭଳି ସ୍ଥିତିରେ ଅଭିଯୁକ୍ତଙ୍କୁ ଜେଲ ନେବା ପାଇଁ ଗାଡ଼ି ଦରକାର ବୋଲି କନେଷ୍ଟବଳ ଥାନା ଅଧିକାରୀଙ୍କୁ କହିଥିଲେ। କିନ୍ତୁ ଥାନା ଅଧିକାରୀ ରାଗରେ ଥିବାରୁ କହିଥିଲେ- ଗାଡ଼ି ନାହିଁ, ଚାଲି ଚାଲି ଆସ। ଏହା ଶୁଣିବା ପରେ କନେଷ୍ଟବଳ ଆଉ କଣ କହିବେ ଜାଣିପାରିନଥିଲେ। ଥାନାଧିକାରୀ ରାଗରେ ଥିବାରୁ ବାଧ୍ୟ ହୋଇ ସେ ତାଙ୍କ କଥା ମାନି ଅଭିଯୁକ୍ତଙ୍କୁ ଚାଲି ଚାଲି ନେଇ ଯାଇଥିଲେ।

କନେଷ୍ଟବଳ କହିଛନ୍ତି, ଘଟଣାସ୍ଥଳରୁ ଥାନାର ଦୂରତା ୨୨ କିଲୋମିଟର। ଏତେ ଦୂର କେମିତି ଯିବେ ବୋଲି ସେ ଥାନାଧିକାରୀଙ୍କୁ ପଚାରିଥିଲେ। କିନ୍ତୁ ସେ ଚାଲି ଚାଲି ଆସ ବୋଲି କହିଥିଲେ। ଥାନାଧିକାରୀ ରାଗରେ ଥିବା ଦେଖି ସେ ଆଉ କିଛି କହିନଥିଲେ ଓ ତାଙ୍କ ନିର୍ଦ୍ଦେଶ ମାନି ସେ ଚାଲି ଚାଲି ଯାଉଥିବା କହିଛନ୍ତି। ଏବେ ସେ ମାତ୍ର ୪ କିଲୋମିଟର ଆସିଛନ୍ତି। ଥାନାରେ ପହଞ୍ଚିବାକୁ ତାଙ୍କୁ ଆଉ ୩-୪ ଘଣ୍ଟା ଲାଗିବ ବୋଲି କହିଛନ୍ତି କନେଷ୍ଟବଳ। ତେବେ ଏହି ଭିଡିଓ ଭାଇରାଲ ହେବା ପରେ ବିହାର ପୋଲିସକୁ ସବୁ ଆଡ଼ୁ ଟ୍ରୋଲ କରାଯାଉଥିବା ଦେଖିବାକୁ ମିଳିଛି।

Leave A Reply

Your email address will not be published.