ବିବାହ ପରେ ଜବରଦସ୍ତ ଅନ୍ଦାଜରେ ଗୃହ ପ୍ରବେଶ କଲେ ନୂଆ ବୋହୂ ମୌନୀ ରୟ; ଲାଲ୍‌ ଶାଢିରେ ଦିଶୁଥିଲେ ଆକର୍ଷଣୀୟ

ବଲିଉଡ୍‌ ତଥା ଟିଭି ଅଭିନେତ୍ରୀ ମୌନୀ ରୟ ଏବେ ନିଜ ବିବାହ ଯୋଗୁ ଚର୍ଚ୍ଚାରେ ଅଛନ୍ତି। ମୌନୀ ୨୭ ଜାନୁଆରୀରେ ଗୋଆରେ ମାଲାୟାଲମ୍‌ ଏବଂ ବଙ୍ଗାଳୀ ରୀତିନୀତି ଅନୁସାରେ ନିଜର ଦୀର୍ଘ ଦିନର ପ୍ରେମିକ ସୂରଜ ନାମ୍ବିୟାରଙ୍କୁ ବିବାହ କରିଥିଲେ। ତିନି ଦିନ ଧରି ଧୁମ୍‌ଧାମରେ ବିବାହ ରୀତିନୀତି ପରେ ମୌନୀ ଓ ସୂରଜ ଗୋଆରୁ ମୁମ୍ବାଇ ଫେରିଛନ୍ତି। ବନାରସୀ ଶାଢି ଏବଂ ମୁଣ୍ଡରେ ସିନ୍ଦୁର ପିନ୍ଧିଥିବା ମୌନୀଙ୍କୁ ନିକଟରେ ମୁମ୍ବାଇ ବିମାନବନ୍ଦରରେ ସ୍ପଟ୍‌ କରାଯାଇଥିଲା।

ମୁମ୍ବାଇ ଆସିବା ପରେ ମୌନୀଙ୍କୁ ତାଙ୍କ ବନ୍ଧୁ ଏବଂ ସମ୍ପର୍କୀୟମାନେ ଜୋରଦାର ସ୍ୱାଗତ କରିଥିଲେ। ଏବେ ତାଙ୍କର ଗୃହ ପ୍ରବେଶର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ମୌନୀ ବିବାହ ପରେ ପ୍ରଥମ ଥର ଶାଶୁଘରେ ପ୍ରବେଶ କରୁଥିବାର ଦେଖିବାକୁ ମିଳୁଛନ୍ତି। ଲାଲ୍‌ ଶାଢିରେ ମୌନୀ ଖୁବ୍‌ ସୁନ୍ଦର ଦେଖା ଯାଉଛନ୍ତି। ସେ ଚାଉଳ ଭର୍ତ୍ତି କଳସ ପାଦରେ ଠେଲି ଘର ଭିତରେ ପ୍ରବେଶ କରୁଛନ୍ତି। ଏହି ସମୟରେ ଢ଼ୋଲ ବାଜୁଛି। ଭିଡିଓରେ ତାଙ୍କର ଖାସ୍‌ ବନ୍ଧୁ ଅର୍ଜୁନ ବିଜଲାନୀ ମଧ୍ୟ ନଜର ଆସୁଛନ୍ତି।

ଗୃହ ପ୍ରବେଶ ପରେ ମୁଦି ଖୋଜିବାର ରୀତିନୀତି ମଧ୍ୟ ପାଳନ କରାଯାଇଥିଲା, ଯାହାର ଫଟୋ ଭାଇରାଲ ହେଉଛି। ଆପଣଙ୍କୁ କହି ରଖୁଛୁ କି, ଗୃହ ପ୍ରବେଶ ପରେ ମୌନୀ ସାଙ୍ଗମାନଙ୍କ ସହିତ ଏକ ଜୋରଦାର ପାର୍ଟି କରିଥିଲେ, ଯାହାର ଭିଡିଓ ମଧ୍ୟ ଆସିଛି। ମୌନୀ ଏଥିରେ ରେଡ୍‌ ଆଉଟଫିଟ୍‌ରେ ନଜର ଆସିଥିଲେ।

ମୌନୀ ଛୋଟ ପରଦାରେ ଅନେକ ନାଁ କମାଇଛନ୍ତି। ସେ ‘ଦେବୋଁ କେ ଦେବ’, ‘ନାଗିନ’ ଭଳି ହିଟ୍‌ ଟିଭି ସିରିଏଲରେ ନଜର ଆସି ସାରିଛନ୍ତି। ମୌନୀ ଡ୍ୟାନ୍ସ ରିୟାଲିଟି ଶୋ’ ‘ଝଲକ ଦିଖଲା ଜା’ରେ ମଧ୍ୟ ଅଂଶଗ୍ରହଣ କରିଥିଲେ ଏବଂ ସେଠାରେ ନିଜର ନୃତ୍ୟ ପ୍ରତିଭାକୁ ବହୁତ ଭଲ ଭାବରେ ନିଭାଇ ଥିଲେ। ଟିଭିରେ କାମ କରିବା ପରେ ମୌନୀ ଚଳଚ୍ଚିତ୍ରରେ ପାଦ ଥାପିଥିଲେ। ସେ ‘ଗୋଲ୍ଡ’, ‘ର’ ଭଳି ଚଳଚ୍ଚିତ୍ରରେ ନଜର ଆସି ସାରିଛନ୍ତି। ତାଙ୍କର ଆଗାମୀ ଚଳଚ୍ଚିତ୍ର ହେଉଛି ‘ବ୍ରହ୍ମାସ୍ତ୍ର’, ଯେଉଁଥିରେ ସେ ଅମିତାଭ ବଚ୍ଚନ, ଆଲିଆ ଭଟ୍ଟ ଓ ରଣବୀର କପୁରଙ୍କ ସହ ନଜର ଆସିବେ।

 

View this post on Instagram

 

A post shared by @mounixworld

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.